ବରପାଲି: ବରଗଡ଼ ଜିଲ୍ଲା ବରପାଲି ଠାରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ନୂଆଁଖାଇ ଭେଟଘାଟ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। କରୋନାର କରାଳ ଦୀର୍ଘ ଦୁଇ ବର୍ଷ ଧରି ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଥିଲା ସେ ଦିନଠାରୁ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ସମାଜର କୈାଣସି କାର୍ଯ୍ୟକ୍ରମ ହୋଇନଥିବା ବେଳେ ଦୀର୍ଘ ବର୍ଷ ପରେ ସମାଜର ନୂଆଁଖାଇ ଭେଟଘାଟରୁ ଏଥର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବରପାଲି ଠାରେ ପଶ୍ଚିମ ଓଡ଼ିଶାର ସଭାପତି ଗୈନ୍ତିଆ କୁମାର ସାହୁଙ୍କ ସଭାପତିତ୍ବରେ ସମସ୍ତ ୧୦ ଗୋଟି ଜିଲ୍ଲାରୁ ସମାଜର ସମସ୍ତ କର୍ମକର୍ତ୍ତାଙ୍କ ସହ ୧୦ ଗୋଟି ଜିଲ୍ଲା ସଭାପତି, ସମ୍ପାଦକଙ୍କ ସମେତ ପ୍ରାୟ ଚାରି ହଜାର ମହିଳା ଓ ପୁରୁଷ ଯୋଗଦାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ପାରଦର୍ଶିତା ଲାଭ କରିଥିବା ସୁନାରି ସମାଜର ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ, ଡାକ୍ତର, କଲାକାର, ଶିକ୍ଷାବିତଙ୍କୁ ସମାଜ ତରଫରୁ ସମ୍ମାନ ସୂଚକ ସମ୍ବର୍ଧନା ଦିଆଯାଇଥିଲା। ଏଥିରେ ସମାଜର ବିଭିନ୍ନ କଲିକତାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସଭାର ମଞ୍ଚକୁ ସମାଜର ଉପ ସଭାପତି ଭିଷ୍ମଦେବ ସରାଫ ପରିଚାଳନା କରିଥିବା ବେଳେ ବରପାଲି ସମାଜର ସମ୍ପାଦକ ଧନ୍ୟବାଦ ଦେଇଥିଲେ।
