
କୋଟପାଡ: ଆଜି କୋଟପାଡ ବ୍ଲକ୍ ଅନ୍ତର୍ଗତ ଏସବି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ସର୍ବେଶ୍ଵର ନାୟକ ବାର୍ଷିକ କ୍ରୀଡା ପତାକା ଉତୋଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଘାଟନ କରିଥିଲେ । ଏଥି ସହିତ ଆସନ୍ତା ବର୍ଷ ୨୦୨୩ରେ ଆମ ରାଜ୍ୟରେ ଆୟୋଜନ ହେବାକୁ ଥିବା ପୁରୁଷ ହକି ବିଶ୍ଵକପ ୨୦୨୩ ବିଷୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଶି୍ଷକ ଶ୍ରୀ ଚୈତନ୍ୟ ତନ୍ତୀ, ବିଷ୍ଣୁ ପ୍ରସାଦ ନାୟକ, ରାମଚନ୍ଦ୍ର ନାୟକ, ଫୁଲୁ ଗୁରୁମାଇ, ଶିବୋଦତ୍ତ ବ୍ରହ୍ମା, ରାଜେଶ କୁଲଦୀପ, ଲୋପାମୁଦ୍ରା ପଲେଇ, ଏଏନ୍ଏମ ଶ୍ରୀମତୀ ବନଶ୍ରି ସ୍ଵୟୁଙ୍ଗ ପ୍ରଭା ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ । ଏହି କ୍ରୀଡା ଉତ୍ସବ ତିନି ଦିନ ଧରି ଅର୍ଥାତ୍ ୧୨.୧୨.୨୨ ରିଖ ଠାରୁ ୧୪.୧୨.୨୨ ରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଧାନ ଶିକ୍ଷକ ଘୋଷଣା କରିଥିଲେ।