ଖବର ପ୍ରକାଶ ପରେ ଇଫୁଙ୍କୁ ମିଳିଲା ଆବାସ ଯୋଜନାରେ ଘର

ଫୁଲବାଣୀ, ୧୨/୧୨: ଇଫୁ ଓ ତାଙ୍କ ପରିବାରର ଖୁସି କହିଲେ ନ ସରେ l ଗଣମାଧ୍ୟମରେ ଡାକ୍ତର ପଢୁଆ ଛାତ୍ର ଇଫୁଙ୍କ ପରିବାରର ଦୁଃଖ କାହାଣୀ ପ୍ରକାଶ ପାଇବା ପରେ ତାଙ୍କର ଓ ପରିବାରର ଭାଗ୍ୟ ବଦଳି ଯାଇଛି l ଇଫୁଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘରl ଏବେ ସେ ଆଉ ଭଙ୍ଗା ଦଦରା ଆଜଵେଷ୍ଟସ ଘରେ ରହିବେନି l ଛାତ ଘରେ ରହିବେ l ଗତକାଲି ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ବିଜୁ ପକ୍କା ଘର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି l ସେହିପରି ଡାକ୍ତରୀ ପାଠ ପଢିବାକୁ ରାଜ୍ୟ ସରକାର ୬୨ ହଜାର ୯୯୦ ଟଙ୍କା ପ୍ରଦାନ କରିଛନ୍ତି l ଆଉ ସମସ୍ତ ଖର୍ଚ ବି ଵହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ସେହିପରି ବିଭିନ୍ନ ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ମଧ୍ୟ ଇଫୁକୁ ସହାୟତାର ହାତ ବଢ଼ାଇଛନ୍ତି l ଏହା ସମ୍ଭବ ହୋଇଛି କେବଳ ଗଣମାଧ୍ୟମ ପାଇଁ ବୋଲି ଇଫୁ କହିବା ସହ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାଗ୍ରାମିଲା ଗ୍ରାମର ଆଦିବାସୀ ଯୁବକ ଇଫୁ ମଳିକ ଡାକ୍ତରୀ ପାଠ ପଢିବା ଲାଗିଆଡ଼ ମିଶନ ଓ ହଷ୍ଟେଲ ଫି ଦେବା ଲାଗି ପର ଘରେ ମୂଲ ଲାଗି ଅର୍ଥ ଯୋଗାଡ଼ କରୁଥିବା ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସହାୟତାର ସୁଅ ଛୁଟୁଛି ତାଙ୍କ ପାଖକୁ l ଇଫୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ l

Leave A Reply

Your email address will not be published.