କୋଟପାଡ: କୋଟପାଡ ବ୍ଲକ୍ ଅନ୍ତର୍ଗତ ଗିର୍ଲା ଗ୍ରାମରେ ଆନ୍ତରାଜ୍ୟ ଫୁଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ଛତିଶଗଡ ରାଜ୍ୟର ଜଗଦଲପୁର ବୋରିଗୁମ୍ମା କୁ ୨-୧ ଗୋଲରେ ପରାସ୍ତ କରିଛି। ଆଜି ପ୍ରଥମାରଦ୍ଧରୁ ଜଗଦଳପୁର ଦଳ ଆକ୍ରମଣ କରିଥିଲେ। ଏହି ପ୍ରତିଯୋଗିତାକୁ ନେତାଜୀ ଯୁବକ ସଂଘ ଗୀର୍ଲା ଆୟୋଜନ କରିଛି। ଏଥିରେ ମୋଟ ୧୨ଟି ଦଳ ଭାଗ ନେଇଛନ୍ତି ଏବଂ ଏହା ଦୀର୍ଘ ୧୧ ଦିନ ଧରି ଚାଲିବ। ଆଜିର ଏହି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ନଗରପାଳ ଏମ ଶଙ୍କର ରାଓ, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ କଂଗ୍ରେସର ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ ଓ ମନହର ବିଶୋଇ, ବରିଷ୍ଠ କଂଗ୍ରେସ ନେତା ହରିଶ ପଟ୍ଟନାୟକ, ବ୍ଲକ୍ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତି, କୋଟପାଡ ଟାଉନ କଂଗ୍ରେସ ସଭାପତି ବାପୁନ୍ ତ୍ରିପାଠୀ, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ନବୀନ ବିଶୋଇ, ଯୁବ କଂଗ୍ରେସ ଜିଲ୍ଲା ଉପ ସଭାପତି ମୁନା ଖାଁ, ଯୁବ କଂଗ୍ରେସର ଟାଣୁଆ ନେତା ସନ୍ତୋଷ ମିଶ୍ର, ବତାସନା ପଞ୍ଚାୟତ କଂଗ୍ରେସ ସଭାପତି ଲାଲ୍ ବାବୁ, ଲ୍ୟାମ୍ପ ନିର୍ଦ୍ଦେଶକ ବୁନା ବ୍ରହ୍ମା ଏବଂ ବହୁ ନେତା ଯୋଗ ଦେଇଥିଲେ। କୋଟପାଡ କଂଗ୍ରେସ କମିଟି ବିଜେତା ୨୦୦୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଏହି ପ୍ରତିଯୋଗିତା ସ୍ବର୍ଗତ ବିଧାୟକ ବାସୁଦେବ ମାଝୀଙ୍କ ନାମରେ ହେଉଅଛି। ଏହି ପ୍ରତିଯୋଗିତାକୁ ବିକ୍ରମ ମାଝୀ, ଗଜା ମାଝୀ, ବାବୁଲି ମାଝୀ, ଗଣେଶ ମାଝୀ ପ୍ରମୁଖ ଆୟୋଜନର ପୁରୋଧା ହୋଇଛନ୍ତି। ଆଜିର ଖେଳର ପରିଚାଳକ ଭାବେ ମୋହମ୍ମୋଡ ଆସୁ ରହିଥିଲେ ।
