ଚିତ୍ରକୋଣ୍ଡା, ୧୪/୧୨/୨୨: ଆଜି ଧୂଳିପୁଟ ପଞ୍ଚାୟତର ମାଣ୍ଡାପାଲି ଠାରେ ଏକ ବହୁମୂଖୀ ସ୍କୁଲର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଏହି ଶିଳାନ୍ୟାସ ସ୍ୱତ୍ରନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କରିଥିଲେ। ରାଜ୍ୟ ସରକାର ଓ ଆରସଲର ମିତଲ ନିପନ ଷ୍ଟିଲ ଲିମିଟେଡ଼ କମ୍ପାନୀ ତରଫରୁ ଦୁଇ କୋଟି ବ୍ୟୟ କରାଯାଇ ବହୁମୁଖୀ ବିଦ୍ୟାଳୟଟି ନିର୍ମାଣ ହେବ। ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ସରକାର ୬ ଏକର ଜମି ଯୋଗାଇ ଥିବା ଓ କମ୍ପାନୀ ବହୁମୂଖୀ ବିଦ୍ୟାଳୟ କରିବ। ଯେଉଁ ଅଣ ଆଦିବାସୀ, ଆଦିବାସୀ, ହରିଜନ ପିଲାମାନେ ଓ ଗରିବ ଶ୍ରେଣୀ ପିଲାଏ ପାଠ ପଢାରୁ ବଞ୍ଚିତ ରହୁଥିଲେ ପ୍ରଥମରୁ ଉନିବରସିଟି ଯାଏଁ ତତସହିତ ହଷ୍ଟେଲ ସୁଭିଧା ହେବ ଯାହା ଦ୍ୱାରା ଛାତ୍ରଛାତ୍ରୀ ସୁଭିଧା ପାଠପଢି ପାରିବେ। ଶ୍ରୀ ମୋହନ ମାଝୀ କହିଛନ୍ତି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଞ୍ଚାୟତଟି ପାଠପଢ଼ା କ୍ଷେତ୍ରରେ କଟଅପ ହୋଇଛି ତେଣୁ ମାଣ୍ଡା ପାଲିରେ ଏଜୁକେସନ କମ୍ପ୍ଲେକ୍ସ ପାଇଁ ଚିହ୍ନଟ କରି ସମ୍ପୂର୍ଣ୍ଣ ଧୂଳିପୁଟ ଛାତ୍ରଛାତ୍ରୀ ପଡିପାରିବେ ବୋଲି ଆଶା କରିଛନ୍ତି। ଏହି ଶୁଭ ଉଡଘାଟନ ଜିଲ୍ଲା ପରିଷଦ ଅଧକ୍ଷା ସମାରି ଟାଂଗୁଳୁ, ମାଲକାନଗିରି ସ୍ୱତ୍ରନ୍ତ୍ର ବିକାଶ ଅଧ୍ୟକ୍ଷ ଆଡ଼ମା ରାବା, ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧକ୍ଷା ରାଜେଶ୍ୱରୀ ଖିଲ, ଦୁର୍ଗା ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ନାୟକ, ନୁରସିଂହ ଚରଣ ମହାନ୍ତି, ରାମ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
