mobile header

ଏମ.ଭି-୭୯ ଡ଼ଃ ଏସ.ପି ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ପାଳିତ

କାଲିମେଳା, ତା ୧୪.୧୨.୨୦୨୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଗତ ୧୨ ତାରିଖରୁ ୧୪ ତାରିଖ ଦୀର୍ଘ ତିନି ଦିନ ଧରି ଡଃ. ଏସ.ପି. ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଉଚ ଡିଆଁ, ଲମ୍ବ ଡିଆଁ , ସର୍ଟ ପୁଟ, ଡିସ୍କସ ଥ୍ରୋ, ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ ଓ କ୍ରିକେଟ ଆଦି ସମସ୍ତ ପ୍ରତିଯୋଗିତା ହୋଇଥିଲା। ସମସ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର, ଛାତ୍ରୀ ମାନେ ହେଲେ ରାମା ମୋଟୁମ, ରାହୁଲ ମଣ୍ଡଳ, ହରିଦାସ ହାଲ୍ଦାର, ମିନିକୁଞ୍ଜ , ରସ୍ମିତା ମଣ୍ଡଳ, ରୂପାଲୀ ସରକାର, ମଇନା କୁଞ୍ଜ, ଲକ୍ଷ୍ମୀ ସବାର, ସୋହେଲ ଖାନ, ଊଷାରିଣୀ ମଡକାମୀ, ପ୍ରିୟମ୍ବଦା ବଇରାଗୀ, ଅନୁପ ବିଶ୍ବାସ, ଦୟାଲ ବିଶ୍ବାସ, କାନା ପଡ଼ିଆମି, ହରିଦାସ ମଣ୍ଡଳ, ମୃତଯଞ୍ଜୟ ମିସ୍ତ୍ରୀ, ସୁଜାତା ବିଶ୍ବାସ, । କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ଏହି କ୍ରୀଡା ଉତ୍ସବରେ ସଭାପତିତ୍ଵ କରିଥିଲେ, ଏଥିରେ କଲେଜର ସମସ୍ତ ଅଧ୍ୟାପକ ଓ ଅଣକର୍ମଚାରୀ ଉପସ୍ତିତ ଥିଲେ । ଖେଳର ଶେଷଦିନ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଖେଳ ଅଧ୍ୟାପକ ଅମିୟ ସରକାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.