mobile header

ମନେରଗା ଯୋଜନାରେ କାମ କରି ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟ ଟଙ୍କା ହଡପ ଅଭିଯୋଗ

ଫୁଲବାଣୀ, ୧୪/୧୨: କାମ କରି ମନରେଗା ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟl ଦଉଡି ଦଉଡି ହତାଶ ହେଉଛନ୍ତି ଶ୍ରମିକ l ହେଲେ ଅଣ ଶ୍ରମିକଙ୍କ ବ୍ୟାଙ୍କ ଜମା ଖାତାକୁ କୁଆଡେ ଯାଉଛି ଟଙ୍କା l ଏପଟେ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ଏହିଭଳି ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମ ପଞ୍ଚାୟତର ବୁରାଙ୍ଗିଆ ଗାଁରେ l ଖୋଦ ସରପଞ୍ଚଙ୍କ ଜାଣତ ରେ ଏଭଳି ଅନିୟମିତତା ହେଉ ଥିବା ଅଭିଯୋଗ ହେଉଛି କିଛି ଗ୍ରାମବାସୀ l ଏପରିକି ନିଜ ସମ୍ପର୍କୀୟଙ୍କ ନାମରେ ଟଙ୍କା ଛାଡି ଉଠାଇ ହଡପ କରିଥିବା କହିଛନ୍ତି ଶ୍ରମିକମାନେ l ଶ୍ରମିକ ମାନେ ପାରିଶ୍ରମିକ ଟଙ୍କା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ଅଭିଯୋଗ ହେଉଛି l ଏନେଇ କିରିକୁଟି ସରପଞ୍ଚଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋ ପାଖକୁ ସେମିତି କିଛି ଅଭିଯୋଗ ଆସିନି ଅଭିଯୋଗ ଆସିଲେ ଶ୍ରମିକମାନେ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରିବି ବୋଲି କହିଛନ୍ତି l ଅଣ ଶ୍ରମିକଙ୍କ ଖାତାକୁ ଟଙ୍କା ଯିବା କଥା ଏବଂ ମନରେଗା ଟଙ୍କା ହଡପ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ ବାବୁ l ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ଏବଂ ଶ୍ରମିକ ମାନେ ନ୍ୟାୟ ପାଇବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l

Leave A Reply

Your email address will not be published.