ଘାଟିରୁ ଖସିଲା ଟ୍ରକ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଫୁଲବାଣୀ, ୧୪/୧୨: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଗାଡ଼ିଆପଡା ଘାଟି ବୁଲାଣୀ ରାସ୍ତାରେ ମାଲ ବୋଝେଇ ଟ୍ରକ ଭାରସାମ୍ଯ ହରାଇ ୪୦ ଫୁଟ ତଳେ ଗଳିପଡିବା ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି l ଖବରପାଇ ଘଟଣାସ୍ଥଳରେ ଖଜୁରୀପଡା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆହତକୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଛି l ତେବେ ଦୂର୍ଘଟଣା କିପରି ଘଟିଲା ଏନେଇ ତଦନ୍ତ କରୁଛି ପୋଲିସ l

Leave A Reply

Your email address will not be published.