ଦାଦନ ଦୁଃଖ: ଜୀବିତ ଗଲେ, ମୃତଦେହ ଫେରିଲା

ଫୁଲବାଣୀ, ୧୪/୧୨: କନ୍ଧମାଳରେ ଦାଦନ ଦୁଃଖ ଥମିବାର ନାଁ ନେଉନି l ଜୀବିତ ଯାଉଛନ୍ତି ମୃତଦେହ ଫେରୁଛି l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁରଲୁବାରୁ ଗ୍ରାମର ଜଣେ କୁଟିଆ କନ୍ଧ ଯୁବତୀ ମାମା ଯାନୀ ୨୨ ବର୍ଷ ଗତ କିଛି ଦିନ ତଳେ ବାଙ୍ଗାଲୋର ଯାଇ ସାଇ ଏକ୍ସପୋର୍ଟ କମ୍ପାନୀରେ ଚଉଦ ନମ୍ବର ୟୁନିଟରେ କାମ କରୁଥିଲେ l ତେବେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରେlଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ତେବେ ସେଠାରେ ତାଙ୍କର ମୃତ୍ୟ ହୋଇଥିଲା l କାଲି ତାଙ୍କର ମୃତଦେହ ଗାଁକୁ ଆସିଥିଲା l ମୃତଦେହ ଆଣିବା ପାଇଁ ମାମାଙ୍କ ବାପା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ l ବିଫଳ ହେବା ପରେ ପୂର୍ବତନ ବିଧାୟକ କରେଁଦ୍ର ମାଝୀଙ୍କୁ ଅନୁରୋଧ କରିଥଲେ l ତାଙ୍କରି ଉଦ୍ୟମରେ ବିମାନ ଯୋଗେ ମାମାଙ୍କ ମୃତଦେହ ଭୁବେନଶ୍ୱରରେ ପହଞ୍ଚିବା ପରେ ଗାଁକୁ ଆସିଥିଲା l

Leave A Reply

Your email address will not be published.