mobile header

ରାସ୍ତା ନାହିଁ, ଆମ୍ବୁଲାନ୍ସ ପହଞ୍ଚିପାରୁନି; ଆଖି ବୁଝିଲା ନବଜାତକ

ଫୁଲବାଣୀ, ୧୪/୧୨: ରାସ୍ତା ନାହିଁ ଫଳରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଫଳରେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଖଟିଆରେ ବୋହି ପ୍ରାୟ ୬/୭ କିମି ବାଟ ବହୁ କଷ୍ଟରେ ପାହାଡ଼ ପର୍ବତ ଡେଇଁ ଚାଲି ଚାଲି ଆସି ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ବେଳେ ପ୍ରସବ ହୋଇଗଲା ଆଉ ନବଜାତକର ମୃତ୍ୟୁ ବି ହେଲା ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆ ଗାଁ ଭାବେ ପରିଚିତ ନୀଳିଙ୍ଗାପଦର ଗାଁରେ l ଗ୍ରାମର କୁଟିଆ ଜନଜାତିର ମହିଳା ଚୂନକି ପାଚକଙ୍କ ଯେତେବେଳେ ପ୍ରସବ ଯନ୍ତ୍ରଣା ହେଲା ସେତେବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ l ଆମ୍ବୁଲାନ୍ସ ଆସିଲା ହେଲେ ଗାଁରେ ପହଞ୍ଚପାରିଲାନି ରାସ୍ତା ସାଜିଲା ବାଧକ l ଫଳରେ ସମ୍ପର୍କୀୟ ମାନେ ମିଶି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ଆଉ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗର୍ଭବତୀଙ୍କୁ ଆଣିଲେ ଆଉ ପ୍ରସବ ପରେ ମା ବଞ୍ଚିଯାଇଛି ସତ କିନ୍ତୁ ନବଜାତକର ମୃତ୍ୟୁ ହେଇଗଲା l ଗାଁକୁ ପକ୍କା ରାସ୍ତା ଟିଏ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଉଛୁ, ଭୋଟ ବେଳେ ନେତା ମନ୍ତ୍ରୀଙ୍କୁବି ଜଣାଇଥିଲୁ ହେଲେ ଫଳଶୁନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲାରେ ୧ ହଜାରରୁ ଉର୍ଦ୍ଧ ଗ୍ରାମକୁ ରାସ୍ତା ନାହିଁ l ଫଳରେ ପ୍ରତିବର୍ଷ ଜିଲାରେ ଅନେକ ଗର୍ଭବତୀ ଆଉ ନବଜାତକଙ୍କ ମୃତ୍ୟୁ ଘଟୁଛି ଯାହାକି ଉଦବେଗର ବିଷୟ l ତେବେ ଖବର ପାଇବାର ଦଶ ମିନଟ ମଧ୍ୟରେ ଆମ୍ବୁଲାନ୍ସ ଠିକ ସମୟରେ ପଠାଯାଇଥିବା ବିପିଏମ କହିଛନ୍ତି l ଗତ ପନ୍ଦର ଦିନ ହେଲା ଆଶାକର୍ମୀ ମାନେ ଆନ୍ଦୋଳନ କରୁଥିବାରୁ ଠିକ ସମୟରେ ସେବା ପାଉନାହାଁନ୍ତି ଗର୍ଭବତୀ ମହିଳାମାନେ l

Leave A Reply

Your email address will not be published.