xmas

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ପ୍ରେମିକାକୁ ୪୯ ଥର ଛୁରୀ ଭୁଷି ହତ୍ୟା

ଭୁବନେଶ୍ୱର ୧୫।୧୨ : ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ । ପ୍ରେମିକାକୁ ୪୯ ଥର ଛୁରୀ ଭୁଷି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ । ବାହାଘର ପାଇଁ ପ୍ରେମିକା ଜିଦ୍‌ କରିବାରୁ ଭୁବନେଶ୍ବରରୁ ସୁରତକୁ ପ୍ରେମିକାକୁ ନେଇ ୪୯ ଥର ଛୁରୀ ଭୁଷି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ। । ସୁରତ କ୍ରାଇମବ୍ରାଞ୍ଚ ମୃତ ଯୁବତୀ ପିନ୍ଧିଥିବା ଟି-ସାର୍ଟରୁ ହତ୍ୟାକାଣ୍ଡ ସଂପର୍କରେ ସୁରାଗ ପାଇଛି।

ଖବର ଅନୁଯାୟୀ, ଏହି ଜହ୍ଲାଦ ପ୍ରେମିକ ହେଉଛି ଜଗନ୍ନାଥ ଗୌଡ଼। ଭୁବନେଶ୍ବରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ବିବାହ ପାଇଁ କହିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଜଗନ୍ନାଥ। ପରେ ଦୁହେଁ ଭବନେଶ୍ବରରୁ ପୁରୀ-ଅହମ୍ମଦାବାଦ ଟ୍ରେନରେ ସୁରଟ ଚାଲିଯାଇଥିଲ । ଷ୍ଟେସନରୁ ଓହ୍ଲାଇବା ପରେ ଲୁନିକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ। ପ୍ରେମିକାକୁ ଭୁବନେଶ୍ବରରୁ ସୁରତ ନେଇଯାଇ ୪୯ ଥର ଛୁରୀ ଭୁଷି ହତ୍ୟା କରିଛି ଜହ୍ଲାଦ ପ୍ରେମିକ । ସୁରଟ ଅଞ୍ଜଳି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।

ତେବେ ୫ ଶହ ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ ପରେ ରାକ୍ଷସ ବୟଫ୍ରେଣ୍ଡ ଜଗନ୍ନାଥକୁ ସୁରଟ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଜଗନ୍ନାଥ ଗୌଡ଼ ଡ୍ରଗ୍ସ ସେବନ କରେ । ପ୍ରାଥମିକ ତଦନ୍ତରୁ ଜଗନ୍ନାଥ ଗୌଡ଼ ହିଁ ହତ୍ୟାକାରୀ ବୋଲି ପୋଲିସ ପକ୍ଷରୁ ସୂଚନା। ଖୁବଶୀଘ୍ର ଏ ନେଇ ଚାର୍ଜସିଟ ଦାଖଲ କରାଯିବ ବୋଲି ସୁରଟ ଜଏଣ୍ଟ ପୋଲିସ କମିସନର ସରଦ ସିଙ୍ଘଲ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.