
୩୦ ଜିଲ୍ଲା ତଥା ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟ ଶତାଧିକ ସାମ୍ବାଦିକ ଯୋଗଦାନ
ସ୍ବାସ୍ଥ୍ୟ ବୀମା ରାଶି ୧୦ ଲକ୍ଷକୁ ବୃଦ୍ଧି କରିବାକୁ ଦାବି
ଓୟୁଜେର ୫୧ତମ ପ୍ରତିଷ୍ଠା ଦିବସ ସମାରହ ଆୟୋଜିତ
ମାଲକାନଗିରି: ଓଡ଼ିଶା ୟୁନିୟନ୍ ଅଫ ଜର୍ଣାଲିଷ୍ଟ ତାର ୫୧ତମ ପ୍ରତିଷ୍ଠା ଦିବସ ମାଲକାନଗିରି ଠାରେ ପାଳନ କରିଛି। ଉକ୍ତ କାର୍ଯ୍ୟକ୍ରମକୁ ପ୍ରେସ କାଉନସଲ ଅଫ ଇଣ୍ଡିଆର ସଦସ୍ୟ ପ୍ରସନ୍ନ ମହାନ୍ତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ଅନ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଳ ସିଂ, ଏସ୍ପି ୱାଦ୍ୱାନେ ପ୍ରମୁଖ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପୂର୍ବରୁ ଡିଏନକେ ଛକରୁ ଏକ ରେଲିରେ ସାମ୍ବାଦିକ ମାନେ ଏସ୍ପିଙ୍କ କାର୍ଯ୍ୟାଳୟ ଯାଏ ଯାଇଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପାଞ୍ଚ ଦଫା ଦାବି କରାଯାଇଛି। ସଭାକାର୍ଯ୍ୟ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ କାର୍ଯ୍ୟ ସମ୍ପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅଞ୍ଚଳର ବିକାଶରେ ଚତୁର୍ଥ ସ୍ତମ୍ବର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ମାଲକାନଗିରି ସଂଘର ସଭାପତି ଦେବ ପ୍ରସାଦ ଦାସ, ସମ୍ପାଦକ ପ୍ରେମେନ୍ଦ୍ର ପରିଚା ତଥା ଅନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

