ସାମ୍ବାଦିକମାନଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବି- ମନ୍ତ୍ରୀ ଜଗନ୍ନାଥ ସାରକା

ମାଲକାନଗିରିରେ ଗର୍ଜିଲେ ସାରା ରାଜ୍ୟର ସାମ୍ବିଦକ
ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ନେଇ ବିଧାନସଭାରେ ପ୍ରଶ୍ନ କରିବି- ତାରା ବାହିନିପତି

ମାଲକାନଗିରି,୧୮/୧୨ (S.N. PANDA) : ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଓଡିଶା ୟୁନିଅନ ଅଫ ଜନରାନିଲିଷ୍ଟର ୫୧ ତମ ପ୍ରତିଷ୍ଠା ଦିବସ ଚାଲୁ ରହିଥିଲା।ଗତକାଲି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ଭତ୍ତା ନେଇ ବିଧାନସଭାରେ ପ୍ରଶ୍ନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ସାରା ରାଜ୍ୟର ୩୦ଟି ଜିଲ୍ଲାର ଶତାଧିକ ସାମ୍ବାଦିକ ମାଲକାନଗିରିରେ ପହଞ୍ଚିଥିଲେ। ଉଦଘାଟନୀ ସମାରୋହରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦେବ ପ୍ରସାଦ ଦାସ ସଭାପତିତ୍ବ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସଂପାଦକ ଅଶୋକ ନନ୍ଦ, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ନେଇ ଦାବି ଉଠିଥିଲା। ଏଥିସହ ସମସ୍ତ ସାମ୍ବାଦିକମାନଙ୍କୁ ଭତ୍ତା ପ୍ରଦାନ ନେଇ ସରକାର ବିହିତ ପଦକ୍ଷେପ ନେବାକୁ ଦାବି ମଧ୍ୟ କରାଯାଇଥିଲା। ପରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଳାକାରମାନେ ସଂଗୀତ ପରିବେଷଣ କରିଥଲେ। ତେବେ ବାଲିମେଳା ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ସମ୍ବଲପୁରୀ ସଂଗୀତ ସମସ୍ତୁଙ୍କ ମନମୁଗ୍ଧ କରିଥିଲା। ଆଜି ଦ୍ବିତୀୟ ଦିନରେ ଆୟୋଜିତ ୫୧ତମ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଇନ ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତୀଶ ଵାଧଵାନୀ, ଏମୟୁଜେ ସଭାପତି ଦେବ ପ୍ରସାଦ ଦାସ, ରାଜ୍ୟ ସାଧାରଣ ସଂପାଦକ ଅଶୋକ ନନ୍ଦ, ଜିଲ୍ଲା ସାଧାରଣ ସଂପାଦକ ପ୍ରମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସଭାପତିତ୍ବ କରିଥିଲେ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ପ୍ରମେନ୍ଦ୍ର ପରିଛା ସଂପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାରକା ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନନ୍ଦା କରିବା ସହ ସାମ୍ବାଦିକମାନଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଅତିଥିମାନେ ମାଲକାନଗିରି ଜିଲ୍ଲାରେ ଏଭଳି ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ କରାଯାଇଥିବାରୁ ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ଏହା ପ୍ରଥମ ଏଭଳି କାର୍ଯ୍ୟକ୍ରମ ଯେଉଁଠି ସମଗ୍ର ରାଜ୍ୟର ସାମ୍ବାଦିକ ଯୋଗ ଦେଇ ସହ ଏତେ ବଡ ଆୟୋଜନ କରାଯାଇପାରିଛି ବୋଲି କୁହାଯାଇଥିଲା। ତେବେ ମାଲକାନଗିରି ଜିଲ୍ଲା ଭଳି ନକ୍ସଲ ଜିଲ୍ଲାରେ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ପସନ୍ଦ କରାଯାଇଥିଲା। ନିଜ ଜୀବନକୁ ପାଣି ଛଡାଇ ଏମାନେ କିପରି ପୁଲିସ ଏବଂ ନକ୍ସଲ ସହ ତାଳମେଳ ରଖି କାମ କରୁଛନ୍ତି ତାହାକୁ ପସନ୍ଦ କରାଯାଇଥିଲା। ତେବେ ଏହି ଅବସରରେ ଏମୟୁଜେ ତରଫରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଏବଂ ସମାଜସେବା କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଏକ ବିରାଟ ରାଲିରେ ସାରା ରାଜ୍ୟର ସାମ୍ବାଦିକମାନେ ଗର୍ଜିଥିଲେ। ସାମ୍ବାଦିକମାନଙ୍କ ୫ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଆଜି ଠାରୁ ଆନ୍ଦୋଳନ ଆରମ୍ଭ ହେଲା ବୋଲି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପ୍ରକାଶ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂଘର ଉପଦେଷ୍ଟା ଯିତେନ୍ଦ୍ର ବେଉରା, ଦେବବ୍ରତ ସାନା, ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ଭାସ୍କରରଚନ୍ଦ୍ର ବେହେରା, ଗୋପୀ କୃଷ୍ଣ ପଟ୍ଟନାୟକ, ଈଶ୍ୱର ପଟ୍ଟନାୟକ, ଈଶ୍ୱର ରାଓ, ବିକ୍ରମ ପାଢୀ, ପ୍ରସାଦ ନାୟକ, ପ୍ରକାଶ ପଟନାୟକ, ଶଙ୍କର ପାଲ,ଆଲୋକ ପରିଡା, ମୁନ୍ନା ପାତ୍ର, କାମରାଜ ଜେନା, ରତ୍ନାକର ପ୍ରଧାନ, ଶରତ ମହାରଣା, ମହେନ୍ଦ୍ର ପାଣିଗ୍ରାହୀ, ମୁନ୍ନା ନେତମ, ଭିକ୍କି ସଗଡିଆ, ପ୍ରତାପ ମିଶ୍ର, କିଶୋର ଚନ୍ଦ୍ର ଦାସ, ମୋହନ ରାଓ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.