ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବିପୁଳ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ, ୧୮/୧୨: ରବିବାର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଶି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକିରିପଡା, ଡମଣାପଦର ଓ ଟେକରିଗୁଡା ଆଦି ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ଶହେ ତେୟାଳସି ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି l ଯାହାର ବଜାରରେ ମୂଲ୍ୟ ପଚାଶ ଲକ୍ଷରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି l ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଓ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦେଶରେ ସବ ଇନିସ୍ପେକ୍ଟର ଓ କର୍ମଚାରୀମାନେ ଦିନ ତମାମ ଅକ୍ଲାନ୍ତ ପରିଶ୍ରମ କରି ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିଲେ l ତେବେ ପୋଲିସ ଓ ଅବକାରୀ ଟିମକୁ ଦେଖି ଅଭିଯୁକ୍ତ ମାନେ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ l ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଓ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ରୋକା ଯାଇପାରିଛି l ଆଗକୁ ଏଥି ପ୍ରତି କଡା ନଜର ରଖାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l

Leave A Reply

Your email address will not be published.