ଶୁଭ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ

ମାଲକାନଗିରି/ଚିତ୍ରକୋଣ୍ଡା, ୦୪/୦୧/୨୩: ମାଲକାନଗିରି ଜିଲ୍ଲାରେ ଗଡ଼ିଲା ପ୍ରଥମ କରି ବାଇକ ଆମ୍ବୁଲାନ୍ସ । ଆଜିଠୁ ଆରମ୍ଭ ହେଲା ସ୍ୱାଭିମାନଞ୍ଚଳ ବାଇକ ଆମ୍ବୁଲାନ୍ସ ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ପରିସରରେ ଦୁଇଟି ବାଇକ ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ । ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁରୁ ରୋଗୀ ଠାରୁ ଆରମ୍ଭ ଗର୍ଭବତୀ ମହିଳାମାନଙ୍କୁ ନିକଟତମ ମେଡିକାଲକୁ ପହଞ୍ଚିହେବ ବୋଲି ଆଶା ବାନ୍ଧିଛନ୍ତି ସ୍ୱାଭିମାନଞ୍ଚଳ ବାସୀ। ସ୍ୱଭିମାନଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ଏହି ବାଇକ ଆମ୍ବୁଲାନ୍ସ ବହୁତ ଉପଯୋଗୀ ହେବ । ଗୋଟିଏ ଆମ୍ବୁଲାନ୍ସ ବଡପଡା ଠାରେ ରହିବ ଓ ଅନ୍ୟଟି ଯନ୍ତରୀ, ଅଣ୍ଡରାପାଲି ଦୁଇଟି ପଞ୍ଚାୟତ ପାଇଁ ନାକାମାମୁଡ଼ି ଠାରେ ରହି କାର୍ଯ୍ୟକ୍ଷମ ହେବ। ଏହି ଦୁଇଟି ଆମ୍ବୁଲାନ୍ସକୁ ନାବାର୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ଏହାକୁ ପରିଚାଳନା କରିବ ପରିବର୍ତ୍ତନ ନାମକ ଏକ ଘରୋଇ ସଂସ୍ଥା। ଏହି ଉଦଘାଟନରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ମେଡିକାଲ ଅଫିସର କ୍ଷୀରୋଧ ଚନ୍ଦ୍ର ମହନ୍ତ, ଡା ଅଭିଜିତ ଶତପଥି, ଆୟୁସର ହରିପ୍ରସାଦ ଶର୍ମା, ନରସିଂହ ସିନ୍ଧାରୀ, ନିଲୁ ଖିଲ, ବିମଳା ହନ୍ତାଳ, ପରିବର୍ତ୍ତନ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ନାବାର୍ଡ ଡ଼ାଇରେକ୍ଟର ଧର୍ମେନ୍ଦ୍ର ବେହୁରିଆ, ଶଶାଙ୍କ କରଙ୍କ ସମେତ ସ୍ଥାନୀୟ ସ୍ୱାଭିମାନଞ୍ଚଳ ବାସୀ ଉପସ୍ଥିତ ଥିଲେ । ଏହି ସେବା ଅଞ୍ଚଳରେ ଅନେକ ମାତ୍ରାରେ ହେଉଥିବା ଜନନୀ ଯନ୍ତ୍ରଣା ଓ ରୋଗୀ ବୁହାର ଚିତ୍ରକୁ ଦୂରେଇ ଦେବ ବୋଲି କୁହାଯାଇଛି ।

Leave A Reply

Your email address will not be published.