୨୭ତମ ସର୍ବ ଭାରତୀୟ ବୋରାସମ୍ବ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ: ଏନ୍ ଏନ୍ ଏସ୍ ଆହ୍ଲାବାଦ ଫାଇନାଲକୁ ପ୍ରବେଶ

ପଦ୍ମପୁର, ୧୧.୧.୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ତୃତୀୟ ଦିବସରେ ଏନ୍ ଏନ୍ ଏସ୍ ଆଲ୍ଲାବାଦ ଓ ଆର୍ ଉଆଇ ସିସି ରାଉରକେଲା ମଧ୍ୟରେ ଚିତ୍ତାକର୍ଷକ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭରେ ପ୍ରଥମେ ଏନ୍ ଏନ୍ ଏସ୍ ଆଲ୍ଲାବାଦ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୫ ଓଭରରେ ୯ ଉଇକେଟ ବିନିମୟରେ ୧୮୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଉରକେଲା ଦଳ ୩୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୬୬ ରନ କରିପାରିଥିଲା ଫଳରେ ୧୯ ରନରେ ଏନ୍ ଏନ୍ ଏସ୍ ଆହ୍ଲାବାଦ ଦଳ ବିଜୟୀ ହୋଇ ପୋଲ ଏରୁ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି । ଆଜି ତୃତୀୟ ଦିନର ଉଦଯାପିତ ସନ୍ଧ୍ୟା ଅବସରରେ ବୋରାସମ୍ବର ସ୍ପେଟିଙ୍ଗର ସଦସ୍ୟ ବିକାଶ କୁମାର, ସରଜୁ ପଟ୍ଟନାୟକ ଓ ଦୀପକ ଜୟପୁରୀଆଙ୍କ ଉପସ୍ଥିତିରେ ଆଜିର ମୁଖ୍ୟ ଅତିଥି ଟ୍ରକ୍ ମାଲିକ ସଂଘ ସମ୍ପାଦକ ହେମନ୍ତ ପଟ୍ଟନାୟକ ଯୋଗଦେଇ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ଆହ୍ଲାବାଦ ଦଳର ଖେଲଡି ମହମ୍ମଦ ତୁମରଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରା ସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ତୃତୀୟ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ବମ୍ବର ମହାକୁଡ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ। ଆସନ୍ତା କାଲି ଗୁରୁବାର ପୋଲ ବିର ପ୍ରଥମ ମ୍ୟାଚ ୟୁନିୟନ ସ୍ପେଟିଙ୍ଗ କଟକ ଓ ଭାଇଜାକ କ୍ରିକେଟ ଟିମ୍ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.