ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ: ଉତ୍ସବ ମୁଖରେ ଚିତ୍ରକୋଣ୍ଡା ସହର

ଚିତ୍ରକୋଣ୍ଡା, ୧୧/୦୧/୨୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଆଜି ଉତ୍ସବ ମୁଖରେ ସାରା ଚିତ୍ରକୋଣ୍ଡା ସହର ତଥା ବ୍ଲକ ଅଞ୍ଚଳ l ବିଶାଳ କଳସ ଯାତ୍ରାକୁ ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ଜିଲା ପରଷଦ ସଭ୍ୟା ଵିନତୀ ଖିଲ ଆଗେଇ ନେଇଥିବା ସାଙ୍ଗକୁ ଘୋଡ଼ା ଯାତ୍ରାର ନିଆରା ଉଚ୍ଛାହ ଆଣି ଦେଇଛି ଏକ ଆନନ୍ଦ ଭାବବେଗ l ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ବିଧାୟକ, ବିଡ଼ିଓ ତହସିଲଦାର ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଦର୍ଶକ l ଆଜି ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ରୀତିନୀତି ଅନୁଯାଇ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ପିଠ ସିଲେରୁ ନଦୀ କୂଳରୁ ପାରମ୍ପରିକ ପୂଜାଵିଧି ସହିତ କଳସ ଉଠାଇ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଓ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିର ବିଶାଳ ଶୋଭା ଯାତ୍ରାରେ ଚିତ୍ରକୋଣ୍ଡା ସାରା ସହର ତଥା କଲୋନୀ ପରିକ୍ରମା କରିଥିଲେ l ଆଜି ସନ୍ଧ୍ୟା ଠାରୁ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ପଡ଼ିଆରେ ଧୁମ ଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଝଲସିବ ମାଲ୍ୟବନ୍ତ ମହୋତ୍ସବ l ଉକ୍ତ କାର୍ଯ୍ୟକ୍ରମକୁ ପିଇଓ ହେମନ୍ତ କୁମାର ଭୂୟାଁ, କନିଷ୍ଟ ଯନ୍ତ୍ରୀ, ନୟନ ସରକାର, ସହାୟକ ଯନ୍ତ୍ରୀ ସୂର୍ଯ୍ୟମଣି ବେହେରା, ସିପି ସୁଧାମୟ ମଣ୍ଡଳ, ବିପିଏମ ପର୍ଶୁରାମ ବେହେରାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମତି ସଭ୍ୟ, ପିଇଓ, ଯନ୍ତ୍ରୀ, ଜିଆରଏସ ଓ ସେଲସମ୍ୟାନ, ଶିକ୍ଷକ, ସାମାଜିକ କର୍ମି ପରିଚାଳନା କରିଥିଲେ l

Leave A Reply

Your email address will not be published.