mobile header

ଜିଲ୍ଲାସ୍ତରୀୟ ସ୍ୱାବଲମ୍ବନ ସାଥି କାର୍ଯ୍ୟକ୍ରମର ଶୁଭ ଉଦଘାଟନ

ମାଲକାନଗିରି: ମାଲକାନଗିରି ବ୍ଲକର ତଣ୍ଡlପାଲି ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଳା ସ୍ତରୀୟ ସ୍ୱାବଲମ୍ବନ ସାଥି କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଜୀବିକା ମିଶନର ଜିଲ୍ଳା ନିର୍ବାହୀ ଅଧିକାରୀ ଶ୍ରୀ ପବିତ୍ର ମୋହନ ବାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ୩ ମାସ ମଧ୍ୟରେ ୧୦୦୦ ମହିଳାଙ୍କୁ ଡିଜିରାଲ ଏବଂ ଅlଥିକ କ୍ଷେତ୍ରରେ ସାକ୍ଷର କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଗୋରାଖୁଣ୍ଟା ଏବଂ ତଣ୍ଡପାଲି ଗ୍ରାମ ପଞ୍ଚାୟତର ମୋଟ ୧୦୦୦ ମହିଳାଙ୍କୁ ସାକ୍ଷର କରିବାକୁ ଥିବାବେଳେ ୧୦ ଜଣ ସାଥି ଏଥିରେ ନିୟୋଜିତ ହେବେ ଏବଂ ପ୍ରତ୍ୟେକ ସାଥି ୧୦୦ ଜଣଙ୍କର ଦାୟିତ୍ୱ ନେବେ ବୋଲି ଜଣାପଡିଛି । ଏସ ଆଇ ଡି ବି ଆଇ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡ଼ିଶାର ୧୦ଟି ଆକାଂକ୍ଷା ଜିଲ୍ଳା ମଧ୍ୟରୁ ମାଲକାନଗିରି ଅନ୍ୟତମ । ପ୍ରତ୍ୟେକ ଜିଲାରେ ୧୦୦୦ ଲେଖାଏଁ ମୋଟ ୧୦,୦୦୦ ମହିଳାଙ୍କୁ ସକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ବାରା ଯୋଗ ଦେଇ ମହିଳାଙ୍କୁ ଏହି ସୁଯୋଗର ସମ୍ପୂର୍ଣ ଫାଇଦା ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତାଣ୍ଡପାଲି ସରପଞ୍ଚ ନମିତା ମାଡକାମୀ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଅନିଲ କୁମାର ସାହୁ, ଜୀବିକା ମିଶନର ବ୍ଲକ ସଂଯୋଜକ ପ୍ରତାପ କୁମାର ନାୟକ, ଗୋରାଖୁଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଏରା ପଡିଆମି, ତାଣ୍ଡପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ନନ୍ଦ କିଶୋର ଅଜମିରାଙ୍କ ସମେତ ଗୋରାଖୁଣ୍ଟା ଏବଂ ତଣ୍ଡପାଲି ପଞ୍ଚାୟତର ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ।

Leave A Reply

Your email address will not be published.