ଭଗବତୀ ପୀଠରେ ମକର ଯାତ୍ରା

କଟକ,(ନୃସିଂହ ଚରଣ ଦାସ): ମକର ସଂକ୍ରାନ୍ତିରୁ ବଢିଲା ଦିନ । ସୂର୍ଯ୍ୟଙ୍କର ହେଲା ଉତ୍ତରାୟଣ ଗତି । ଆଉ ବିଭିନ୍ନ ଦେବାଦେବୀଙ୍କ ପୀଠରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ନିଜର ଓ ପରିବାରର ମଙ୍ଗଳ କାମନା କରିଛନ୍ତି । ଏନେଇ କଟକ ଜିଲ୍ଲା ସାଲେପୁର ବ୍ଳକ ବଟେଶ୍ୱରସ୍ଥ ମା ଭଗବତୀଙ୍କ ପିଠରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ହଜାର ହଜାର ଲୋକଙ୍କ ଉପସ୍ଥିତରେ ପୀଠଟି ହୋଇଥିଲା ଉତ୍ସବମୁଖର । କାହିଁ କେଉଁ କାଳରୁ ମାଙ୍କ ପୀଠରେ ପାଳନ ହୋଇଆସୁଛି ମକର ମହୋଉତ୍ସବ । ଆଜିର ଦିନରେ ମାଙ୍କ ପୀଠରେ ମାଙ୍କୁ ନୂଆଧାନ ଚାଉଳରେ ଭୋଗଲାଗି କରାଯାଇଛି । ମାଳିକାକହେ ମା ଭଗବତୀଙ୍କୁ ଦର୍ଶନ କରିବା ପୂର୍ବରୁ ପବିତ୍ର ଚିତ୍ରୋତଳାନଦୀରେ ବୁଡ଼ ପକାଇ ମାଙ୍କ ଦର୍ଶନକଲେ ୧୦୦ବର୍ଷର ପାପକ୍ଷୟ ହୁଏ। ଏହାକୁ ବିଶ୍ୱାସ କରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଚିତ୍ରତୋଳା ନଦୀରେ ବୁଡ଼ ପକାଇବା ସହ ବିବାହ ବ୍ରତଘରର ମୁକୁଟ ଭସାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଙ୍କ ଏହି ମକର ମେଳାରେ ଭୋଗ ଦୋକାନ ସାଙ୍ଗକୁ ବିଭିନ୍ନ ଘରକରଣା ଦୋକାନୀ ନିଜର ପସରା ମେଲାଇ ବସିଥିବାବେଳେ ଲୋକମାନେ ନିଜର ମନପସନ୍ଦର ଜିନିଷ କିଣା କିଣି କରିଥିଲେ ।

Leave A Reply

Your email address will not be published.