ପୋଖରୀରେ ବୁଡ଼ି ଶିଶୁର ମୃତ୍ୟୁ

ବଡ଼ଚଣା: ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ହରିପୁର ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି l ଖବରରୁ ପ୍ରକାଶଯେ, ଉକ୍ତ ଗ୍ରାମର ଭାଗ୍ୟଧର ମଲ୍ଲିକଙ୍କ ପୁଅ ଆଦିତ୍ୟ ମଲ୍ଲିକ (୪) ଖେଳୁଥିବା ସମୟରେ ପାଖରେ ଥିବା ପୋଖରୀରେ ଅଜଣାତରେ ପଡିଯାଇଥିଲା l କିଛି ସମୟ ପରେ ପୁଅ ନଆସିବାରୁ ଘର ଲୋକ ଖୋଜାଖୋଜି କଲେ l ଦେଖିଲା ବେଳକୁ ପୁଅ ପୋଖରୀ ପାଣିରେ ପଡି ଭାସୁଛି l ଘର ଲୋକ ଓ ଆଖପାଖରେ କାମ କରୁଥିବା ଲୋକ ଶିଶୁଟିକୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ l କିନ୍ତୁ ସେଠି ପହଞ୍ଚି ଡାକ୍ତର ଦେଖିଲା ବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା l ଏକ ମାତ୍ର ପୁଅକୁ ହରାଇ ଭାଗ୍ୟଧର ଓ ତାଙ୍କ ପତ୍ନୀ ଭାଙ୍ଗି ପଡ଼ିଥିବାରୁ ଗାଁରେ ମଧ୍ୟ ଏକ ଶୋକାକୁଳ ପରିବେଶ ହୋଇଯାଇଛି l

Leave A Reply

Your email address will not be published.