ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ବି.ଏସ.ଏଫର ୧୪୨ ବାଟାଲିଆନ

କାଳିମେଳା, ତା ୧୭/୧: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ପି.ଭି ୨୧ ଗ୍ରାମରେ ଘଟିଛି ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ୧୫ ଜାନୁଆରୀ ରାତ୍ର ୯:୩୦ ମିନିଟରେ କାଲିମେଳା ଓ ଭେଜିଙ୍ଗିୱାଡା ଲିଙ୍କ ରୋଡ଼ ମଧ୍ୟରେ ରହିଥିବା ଏମ୍.ପି.ଭି ୨୧ ଗ୍ରାମର ବି.ଏସ.ଏଫ କ୍ୟାମ୍ପ ସାମନାରେ ଏକ ଯାତ୍ରୀ ବାହୀ ଅଟୋ ରିକ୍ସା ଏବଂ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଚିତ୍କାର ଶୁଣି ବି.ଏସ.ଏଫ ୧୪୨ ବାଟାଲିଆନ ଯବାନ ମାନେ ଘଟଣାସ୍ଥଳକୁ ଆସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ସହାୟତା କରିଥିଲେ । ଉକ୍ତ ଦୁର୍ଘଟଣାରେ ମୋଟ ୮ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା, ୩ ଜଣ ପୁରୁଷ ସହ ଜଣେ ଶିଶୁ ରହିଥିବା ସୂଚନା ମିଳିଛି । ଆହତ ଲୋକଙ୍କୁ ବି.ଏସ.ଏଫଙ୍କ ଦ୍ଵାରା ପ୍ରାଥମିକ ଚିକତ୍ସା ଯୋଗାଇ ଦେବା ପରେ କାଲିମେଳା ଚିକତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଆଜିର ସୂଚନା ଅନୁଯାଇ କାଲିମେଳା ଚିକିତ୍ସାଳୟରେ ରହିଥିବା ସମସ୍ତ ଦୁର୍ଘଟଣାଗ୍ରସ୍ତ ଲୋକେ ସୁସ୍ଥ ରହିଥିବା ଜଣାପଡିଛି । ଉକ୍ତ ଘଟଣାରେ ୧୪୨ ବି.ଏସ.ଏଫ ବାଟାଲିଆନର ଯବାନଙ୍କ ଏଭଳି ନିସ୍ୱାର୍ଥପୂର୍ଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.