ବିଜେଡିକୁ ମଜବୁତ କରିବାରେ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।। ନିଜର ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନବ କିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି। ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା।

ନବୀନ ପଟ୍ଟନାୟକ କହିଛନ୍ତି ଯେ ନବ କିଶୋର ଦାସ ବିଜେଡ଼ି ଦଳ ପାଇଁ ରାଜ୍ୟ ପାଇଁ ଜଣେ ପ୍ରମୁଖ ଚେହେରା ଥିଲେ। ସ୍ୱାସ୍ଥ୍ୟବିଭାଗରେ ସେ ଦକ୍ଷତାର ସହ କାମ କରିଥିଲେ। ଲୋକଙ୍କ ପାଇଁ କେଉଁଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ସେନେଇ ସେ ଚେଷ୍ଟା ଜାରି ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର‌ଲୋକରେ ଶୋକ ପ୍ରକାଶ କରିଛନ୍ତି। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍‌ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସପିଟାଲକୁ ଯାଇଥିଲେ ଏବଂ ସେଠାରେ ତାଙ୍କର ଶେଷ ଦର୍ଶ କରିଥିଲେ।

Leave A Reply

Your email address will not be published.