ସ୍ୱାଭିମାନ ଅଞ୍ଚଳ ବଡପଡା ସରକାରୀ ବାଳିକା ଏସଏସଡ଼ି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିତ୍ରକୋଣ୍ଡା, ୧୩/୦୨/୨୩: ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡପଡା ସରକାରୀ ବାଳିକା ଏସଏସଡ଼ି ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଯୋଗଦେଇଥିବା ବେଳେ ସେଇଭଳି ସମ୍ମାନିତ ଅତିଥି ଭାବେ ବ୍ଲକ ସମ୍ପ୍ରସାରଣ ମଙ୍ଗଳ ଅଧିକାରୀ ପ୍ରଶାନ୍ତ ବାଉରୀ, ବଡପଡା ସରପଞ୍ଚ ନିଲୁ ଖିଲ, ସରପଞ୍ଚ ସଂଘ ସଭାପତି କମଳୁ ହନ୍ତାଳ, ବଡ଼ପଡ଼ା ସମିତି ସଭ୍ୟ ଚକ୍ର ଖିଲ, ଚିତ୍ରକୋଣ୍ଡା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ଚିତ୍ରକୋଣ୍ଡା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ଦାସ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ, ପାପରମେଟେଲା ଥାନା ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ, ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଆରୋଗ୍ୟ ପ୍ଲସ ଡାକ୍ତର ହରି ପସାଦ ନାଥଶର୍ମା ଯୋଗ ଦେଇଥିଲେ l ଚଳିତ ଦଶ ଏବଂ ଏଗାର ତାରିଖରେ ବଡପଡା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା କରାଯାଇ ବିଭିନ୍ନ ପ୍ରତିଯୋଗିତା ଯଥା ଖୋ ଖୋ, କବାଡି, ଲଙ୍ଗ ଜମ୍ପ, ହାଇ ଜମ୍ପ, ଦୌଡ, ଭାଷଣ, ଗୀତ, ନୃତ୍ୟ ପ୍ରତିଯୋଗିତା ମାନ କରାଯାଇ ବାର୍ଷିକ ଉତ୍ସବ ଅବସରରେ ଉତୀର୍ଣ୍ଣ ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ବଡ଼ପଡ଼ା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଗତକାଲି ରାତିରେ ସନ୍ଧ୍ୟା ଅଧିବେଶନ କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁ ବିଦ୍ୟାଳୟର ବିବରଣୀ ପାଠ ସହ ବିକାଶ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ l ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଲୁକିଥିଲା ସ୍ୱାଭିମାନ ଅଞ୍ଚଳ l ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମଟିକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଜୟ କୁମାର ରାଉତ l ଉକ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସହଯୋଗ କରିଥିଲେ ବିଦ୍ୟାଳୟ ସମସ୍ତ ଶିକ୍ଷକ ତଥା ଶିକ୍ଷୟତ୍ରୀ, ମାଟ୍ରନ, ୱାଡେନ, କିରାନି ଓ ପିଅନ ଏବଂ ସମସ୍ତ କର୍ମଚାରୀ l

Leave A Reply

Your email address will not be published.