ଚୌଦ୍ବାର ପୋଲିସର ନିଷ୍କ୍ରିୟତା: ଏତଲାର ବର୍ଷେ ପରେ ବି ଦାଖଲ ହୋଇପାରୁନି ଚାର୍ଜସିଟ

କଟକ: କଟକ ଜିଲ୍ଲା ଚୌଦ୍ବାର ପୋଲିସ ଏତଲା ପାଇବା ପରେ ବି ଚୁପ୍ ହୋଇ ବସିଛି। କାର୍ଯ୍ୟାନୁଷ୍ଠାନ ଶୁନ, ନାଁ ଚାର୍ଜସିଟ ଦାଖଲ ହେଉଛି, ନାଁ ମୁଦାଲାକୁ କୋର୍ଟରେ ଦାଖଲ କରିପାରୁଛି ପୋଲିସ। ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମୁଦାଲା ଅଧ୍ୟକ୍ଷଙ୍କୁ ଥାନାରୁ ଜାମିନ ଦେଇ ପୋଲିସ ତା କାର୍ଯ୍ୟ ସାରି ଦେଇଛି। ଇତି ମଧ୍ୟରେ ଦୀର୍ଘ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ପୂର୍ବତନ ଅଧ୍ୟକ୍ଷ ଓ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ଭାବ ସୃଷ୍ଟି ହୋଇଛି।

ସୂଚନାଯୋଗ୍ଯ ଯେ ଚୌଦ୍ବାର କଲେଜର ଭୂତପୂର୍ବ କାର୍ଯ୍ଯକାରୀ ଅଧ୍ୟକ୍ଷ ଶିବ ନାରାୟଣ ରଣାଙ୍କ ବିରୁଦ୍ଧରେ ଗତ ବର୍ଷ ମାର୍ଚ୍ଚ ମାସରେ କାଗଜ ପତ୍ର ଟାମ୍ପରିଂ ଓ କ୍ଷମତାର ଦୂରୁପଯୋଗକୁ ନେଇ ଏକ ଗୁରୁତର ଅଭିଯୋଗ ହୋଇଥିଲା। କଲେଜର ପୂର୍ବତନ ଅଧ୍ୟକ୍ଷ ସତ୍ୟେନ୍ଦ୍ର ନାଥ ଦାଶଙ୍କ ଲିଖିତ ଅଭିଯୋଗ ଉପରେ ପରିଚାଳନା କମିଟି ସଭାପତିଙ୍କ ସହମତିରେ କଲେଜର ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତା ଥାନାରେ ଏତଲା ଦେବାପରେ ପୋଲିସ ତରଫରୁ ଛାନଭିନ ଆରମ୍ଭ ହୋଇଥିଲା। ଥାନାଧିକାରୀଙ୍କ ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶକ୍ରମେ କେଶ୍ ନମ୍ବର ୧୨୬ରେ ଏତଲାଟି ପଞ୍ଜିକୃତ ହୋଇ ଦିଲ୍ଲୀପ କୁମାରଙ୍କୁ ଏହାର ତଦନ୍ତକାରୀ ଅଫିସର ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଭାରତୀୟ ପିଙ୍ଗଳ କୋଡର ଧାରା IPC ୪୬୭, ୪୬୮, ୪୭୧, ଓ ୫୦୦ ଦଫାରେ ମୋକଦ୍ଦମା ଋଜୁକରି ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାଧିକାରୀ ଶ୍ରୀଯୁକ୍ତ ପତି ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତକାରୀ ଅଫିସର ଚୌଦ୍ବାର କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଁଞ୍ଚି କାଗଜ ପତ୍ର ଟାମ୍ପରିଂ ଓ ଭାଉଚର ଇତ୍ୟାଦିର ଛାନଭିନ କରିବା ପରେ ଭାଉଚର ପାସିଂ ରେଜିଷ୍ଟରକୁ ଜବତ କରିଥିଲେ। କେଶ୍ ସମ୍ବନ୍ଧିତ ବିଭିନ୍ନ ଦସ୍ତାବିଜ ଗୁଡ଼ିକ ଜବତ କରିବାକୁ ସେ କଲେଜର ଅଧ୍ୟକ୍ଷଙ୍କୁ ସମନ କରିଥିଲେ। ଅଭିଯୋଗକାରୀ ପୂର୍ବତନ ଅଧ୍ୟକ୍ଷଙ୍କୁ ପଚରା ଉଚରା କରି ନଥିବାରୁ ସେତେବେଳେ ବୁଦ୍ଧିଜୀବୀଙ୍କ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା।

ପ୍ରକାଶ ଯୋଗ୍ଯ ଯେ ଚୌଦ୍ବାର କଲେଜର ଆର୍ଥିକ ଅନିୟମିତତା ଓ ଅର୍ଥ ତୋଷରପାତ ବିରୁଦ୍ଧରେ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ଏକ ଯାଞ୍ଚ ଚାଲିଥିଲା। ୨୦୧୪-୧୫ ଆର୍ଥିକ ବର୍ଷର ଆକାଉଣ୍ଟସ୍ ବରଷାର ( ହିସାବ ରକ୍ଷକ) ଭାବେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଶିବ ନାରାୟଣ ରଣା ସେତେବଳେ ଦାୟିତ୍ବରେ ଥିଲେ। କଲେଜର ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ନିଜ ବିରୁଦ୍ଧରେ କାଳେ କିଛି ଆର୍ଥିକ ଅନିୟମିତତା ପଦାକୁ ବାହାରି ଆସିବ, ସେହି ଭୟରେ ସେ କଲେଜର କିଛି ପୁରୁଣା ରେକର୍ଡକୁ ବଦଳାଇ ସେଥିରେ କିଛି ନୂଆ ବାକ୍ଯ ଯୋଡି ଦେଇଥିଲେ ।ଭାଉଚର ପାସିଂ ରେଜିଷ୍ଟରକୁ ନିଜ ହାତରେ କାଟି ପୂର୍ବରୁ ଲେଖା ଯାଇଥିବା ଅର୍ଥର ପରିମାଣକୁ ମଧ୍ଯ ସେ ବଦଲାଇ ଦେଇଥିଲେ। ପୂର୍ବତନ ଅଧ୍ୟକ୍ଷ ସତ୍ୟେନ୍ଦ୍ର ନାଥ ଦାଶଙ୍କ ସମୟର କିଛି ଫାଇଲ ନୋଟ ସିଟ୍ ସହ ଭାଉଚର ପାସିଂ ରେଜିଷ୍ଟରକୁ ଗେନ୍ଦେରେଇବା ଘଟଣାକୁ କଲେଜର ପରିଚାଳନା କମିଟିର ସଭାପତି ଗୁରୁତର ଭାବେ ଗ୍ରହଣ କରି ଏତଲା ଦେବାକୁ କହିବା ପରେ ଶ୍ରୀଯୁକ୍ତ ରଣାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦାଏର ହୋଇଥିଲା । ଅଭିଯୁକ୍ତ ଶିବ ନାରାୟଣ ରଣାଙ୍କୁ ଇତିମଧ୍ୟରେ ଚୌଦ୍ବାର କଲେଜରୁ ନିଆଳି କଲେଜକୁ ବଦଳି କରାଯାଇଛି। ମାର୍ଚ୍ଚ ୧୬ ତାରିଖରୁ ହୋଇଥିବା ଏତଲା ମୁତାବକ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୪୬୭, ୪୬୮, ୪୭୧ ଓ ୫୦୦ ଦଫାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଦାବି ହୋଇଛି। ଏବେ ଶ୍ରୀଯୁକ୍ତ ରଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଥାନାରୁ ସେ ବେଲରେ ଯାଇଛନ୍ତି।

Leave A Reply

Your email address will not be published.