mobile header

ଗିରଫ ହୋଇଥିବା ତପନ ସାହା ବିଜେଡି ନେତାଙ୍କ ସହ ଥିଲା ନିବିଡ ସମ୍ପର୍କ: ଅଭିଯୋଗ ଆଣିଲା ଜିଲ୍ଲା କଂଗ୍ରେସ କମିଟି

ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହାର୍ଡକୋର ମାଓବାଦୀ ତପନ ସାହା ଗିରଫ ।

ଜାମିନରେ ଆସି ମାଓବାଦୀ ନାମରେ ଭୟଭୀତ କରୁଥିଲା ତପନ ।

ବିଜେଡି ନେତା, ସାଂସଦ, ବିଧାୟକଙ୍କ ଥିଲା ନିବିଡ ସମ୍ପର୍କ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶାସକ ଦଳର ବିବିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲା ନକ୍ସଲ ତପନ ସାହା ।

ସାମ୍ବାଦିକ ସମ୍ମିଳନୀରେ ବଡ ଅଭିଯୋଗ ଆଣିଲା ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି।

ମାଲକାନଗିରି: ସୋମବାର ଦିନ ପୂର୍ବତନ ମାଓବାଦୀ ତପନ ସାହା ମାଲକାନଗିରି ପୋଲିସ ଦ୍ବାରା ସ୍ୱାଭିମାନ ଅଞ୍ଚଳରେ ଗିରଫ ହୋଇଥିଲା ଏବଂ ଗିରଫ ହୋଇଥିବା ତପନ ସାହା ମାଲକାନଗିରି ବିଜେଡି ନେତାଙ୍କ ସହ ନିବିଡ ସଂପର୍କ ଥିଲା ଏବଂ ବିଜେଡିର ବିଭିନ୍ନ ସଭା ସମିତିରେ ତପନକୁ ଦେଖିବାକୁ ମିଳିଥିଲା ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଅଭିଯୋଗ ଆଣିଛନ୍ତି। ଆଜି ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତପନ ସ୍ୱାଭିମାନ ଅଞ୍ଚଳ, ଚିତ୍ରକୋଣ୍ଡା ଅଞ୍ଚଳରେ ବିଜେଡିର ସଭାରେ ବିଜେଡି ନେତାଙ୍କ ସହ ପ୍ରଚାର କରୁଥିବାର କଂଗ୍ରେସ ଅଭିଯୋଗ କରିଛି। ମାଓବାଦୀ ତପନକୁ ଗିରଫ ହୋଇଥିବାରୁ ମାଲକାନଗିରି ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଦ୍ରପ୍ରଦେଶର ଗାଯିବନ୍ଧରୁ ଗିରଫ ହୋଇଛି ହାର୍ଡକୋର ମାଓବାଦୀ ତପନ । ତପନ ପୂର୍ବରୁ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଆର୍. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ତାକୁ ୨୦୧୧ରେ ମାଲକାନଗିରି ପୋଲିସ ଗିରଫ କରିଥିବା ବେଳେ ମାଲକାନଗିରି ଜିଲ୍ଲା ଜଜ ତପନକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ କିନ୍ତୁ ପରେ ତପନ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲା । ଆଉ ତା ପରେ ଆରମ୍ଭ କରିଥିଲା ନିଜ ସାମ୍ରାଜ୍ୟ । କେବଳ ଏତିକି ନୁହେଁ ନିଜ ସହଯୋଗୀ ନକ୍ସଲଙ୍କ ସହ ମିଶି ସ୍ୱାଭିମାନ ଅଞ୍ଚଳ ବିଦରପାକନା ନିକଟ ହନ୍ତାଳଗୁଡା ଘାଟି ନିକଟରେ ପୋଲିସ ଓ ବି.ଏସ.ଏଫ ବାହିନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆଇ.ଇ.ଡି ଲଗାଇଥିଲେ ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନଥିଲା । ଏହା ସହ ନକ୍ସଲ ତପନ ସାହାର ଭାଇ ସ୍ୱାଭିମାନ ଅଞ୍ଚଳ ଜାନବାଇରେ ଜନସେବା କେନ୍ଦ୍ର କରି ବଡ଼ପଦର, ରାଳେଗାଡ଼ା , ବଡପଡା, ପାପରମେଟଲା ଭଳି ଭିବିନ୍ନ ଗାଁର ଲୋକଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା କିନ୍ତୁ ଗରିବ ଆଦିବାସୀ ଲୋକେ ଯେତେବେଳ ନିଜ ତାଙ୍କ ଟଙ୍କା ମାଗିବେ ତାହେଲେ ତପନ ଏବଂ ତାହାର ଦୁଇ ଭାଇ ମାଓ ନେତା ଅରୁଣ, ଉଦୟ ଓ ରାଜେଶ ନାମ ନେଇ ହତ୍ୟା କରାଯିବା ବୋଲି ଧମକ ଦେବା ସହ ବନ୍ଧୁକ ଓ ବୋମାର ଭୟ ଦେଖାଉଥିଲେ । ଅଭିଯୋଗ ପରେ ତପନ ଗତ ନଭେମ୍ବର ମାସରୁ ଫେରାର ଥିବା ବେଳେ ଗୁଇନ୍ଦା ବିଭାଗ ଓ ମାଲକାନଗିରି ପୋଲିସ ତାକୁ ଧରିବାକୁ ଅନେକ ଚେଷ୍ଟା କରିଥିଲେ । ଖବର ପାଇ ମାଲକାନଗିରି ଏସପି ନୀତେଶ ୱାଧୱାନିଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡା ଏସଡିପି ଓ ଆଲେକ୍ସସିଅସ କିସ୍ପଟାଙ୍କ ନେତୃତ୍ୱରେରେ ଡି.ଭି.ଏଫ ବାହିନୀ ସୀମାନ୍ତ ଆନ୍ଦ୍ରପ୍ରଦେଶର ଗାଯିବନ୍ଧରୁ ଗିରଫ ହୋଇଥିଲା। ଦୀର୍ଘ ଦିନରୁ ଜାମିନରେ ତପନ ଆସିଥିବା ବେଳେ ବର୍ତ୍ତମାନ ଦୀର୍ଘ ୩ ମାସ ଧରି ଫେରାର ଥିବା ବେଳେ ମାଓବାଦୀଙ୍କ ସହାୟତାରେ ଜଙ୍ଗଲରୁ ଜଙ୍ଗଲ ଘୁରି ବୁଲୁଥିଲା ମାଓବାଦୀ ତପନ ।

ଏପଟେ ମାଓବାଦୀ ତପନ ଗିରଫ ହେବା ପରେ ଶାସକ ଦଳର ମୁଖା ଖୋଲିଯାଇଛି ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି । କେଉଁଠି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ତ ଆଉ କେଉଁଠି ସାଂସଦ ରମେଶ ମାଝି ଓ ପୂର୍ବତନ ସାଂସଦ ପ୍ରଦିପ ମାଝୀଙ୍କ ଦଳୀୟ କାର୍ଯ୍ୟକ୍ରମରେ । ଜାମିନରେ ଆସି ଜଣେ ହାର୍ଡକୋର ମାଓବାଦୀ ଓ ପୂର୍ବତନ ଜିଲ୍ଲାପାଳଙ୍କ ଅପହରଣ ଘଟଣାରେ ସାମିଲ ଥିବା ବ୍ୟକ୍ତି କିଭଳି ଶାସକ ଦଳର ନେତା ହୋଇଗଲେ ଆଉ କେହି କେମିତି ଜାଣିପାରିଲେନି ତାକୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର। ଏହି ଅବସରରେ ଜି ଶ୍ରୀନିବାସ ରାଓ, ଭୀମା ୱର୍ସେ, ପ୍ରଭାକର ପାଳ ,ପର୍ସୁ ରାମ ଭକ୍ତ, କେଶୁ ରାଓ, ପଦ୍ମ ପାଙ୍ଗି, ଛବି ଦାସ ଓ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଅନୁରୂପ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.