mobile header

କାଲିମେଳା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କାଲିମେଳା ତା ୨୬/୩: ମାଲକାନଗିରି ଜିଲ୍ଳା ଅନ୍ତର୍ଗତ କାଲିମେଳା ଥାନା ପୋଲିସ ଗତକାଲି ନାଇଟ ପେଟ୍ରଲିଙ୍ଗ ସମୟରେ ପୋଲିସକୁ ମିଳିଛି ବଡ ସଫଳତା । ୧୬୦ କେଜି ୮୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଭିଭୋ ମୋବାଇଲ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ହରି ବଡନାୟକ ବୟସ ୪୦ ବର୍ଷ ପିତା ସ୍ବର୍ଗତ ଆଇତା ବଡନାୟକ ଓ ତାତାରାଓ ମାଝୀ ବୟସ ୩୫ ବର୍ଷ ପିତା କାରାୟା ମାଝୀ ନାମକ ଦୁଇଜଣ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ଗିରଫ ଦୁଇଜଣ ଗୋଟିଏ ଗ୍ରାମ କାଲିମେଳା ଥାନା ଅଧୀନ କୁର୍ମାନୁର ଗ୍ରାମ ପଞ୍ଚାୟତ ଅଧୀନ ଗିଲାମାମୁଡି ଗାଁର ଅଟନ୍ତି । ଜବତ ଗଞ୍ଜେଇକୁ ବ୍ୟବସାୟୀ ମାନେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଓ ମହାରାଷ୍ଟ୍ରକୁ ଚାଲାଣ କରିଥାନ୍ତେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏ ନେଇ କାଲିମେଳା ପୋଲିସ କେସ ନମ୍ବର ୭୦ ତାରିଖ ୨୬/୩/୨୦୨୩ରେ ଧାରା ୨୦ (b)(ii)(c)/୨୯ରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଳାଣ କରିବା ସହ ଏହି ଗଞ୍ଜେଇ କାରବାର ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.