
ଚିତ୍ରକୋଣ୍ଡା, ୨୭/୦୩/୨୩: ଗତକାଲି ରାତ୍ରିରେ ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ନେଇ ମିଳିଛି ବଡ଼ ସଫଳତା। ଏକ ବିଶ୍ୱତଃ ସୂଚନା ଆଧାରରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-ଥ୍ରୀ (dyke-3) ଜଙ୍ଗଲରେ ଚଡାଉ କରି ୧୩୨ ଜରି ବସ୍ତା ଅର୍ଥାତ ୩ ଟନ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ତିନି କୋଟି ତିରିଶ ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିଲେ। ଏହାର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ବୋଲି ଚିତ୍ରକୋଣ୍ଡା ଆଇ.ଆଇ.ସି. ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି। ଆସାମୀ ମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଂଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ଜବତ ଗଞ୍ଜେଇକୁ ଆଜି କୋର୍ଟ ଚାଲାଣ କରାଯିବ। ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ କାହାର ଗଞ୍ଜେଇ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକା ଛାନଭିନ୍ନ ଆରମ୍ଭ କରିଛି ସୂଚନା ଦେଇଛନ୍ତି ଥାନାଧିକାରୀ ମୁକୁନ୍ଦ।