mobile header

ସୀମାନ୍ତରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣ: ଜଣେ ଯବାନ ସହିଦ

ମାଲକାନଗିରି, ୨୭।୩: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ବିଜାପୁରର ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ଯୋଗାଇବା ପାଇଁ ଯବାନମାନେ ତିମନାର କ୍ୟାମ୍ପରୁ ବାହାରି ଟେକ୍ରିରେ ପହଞ୍ଚି ସର୍ଚ ଅପରେସନ ଜାରି ରଖିଥିଲେ । ତେବେ ଏହି ସମୟରେ ପୂର୍ବରୁ ମାଓବାଦୀ ଲଗାଇଥିବା ଏକ ଆଇଡି ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ସିଏଏଫ ଯବାନଙ୍କ ଆସିଷ୍ଟାଣ୍ଟ ପ୍ଲାଟୁନ୍ କମାଣ୍ଡର ବିଜୟ ଯାଦବ ସହିଦ ହୋଇଯାଇଥିଲେ । ଶହୀଦ ଯବାନଙ୍କ ମୃତଦେହକୁ ଭତୁରନ୍ତ ଭଇରମଗଡ ପୋଲିସ ଷ୍ଟେସନକୁ ନେଇ ସେଠାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଶହୀଦ ଯବାନ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ରାଜପୁର ଗାଁର ବୋଲି ଜଣା ପଡିଥିବା ବେଳେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଯବାନଙ୍କ ଦ୍ଵାରା ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।

Leave A Reply

Your email address will not be published.