mobile header

ଚିତ୍ରକୋଣ୍ଡା ଥାନା ଅଞ୍ଚଳରୁ ତିନି କୋଟି ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି, ୨୭।୩: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ୩ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ। ଏକ ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲାକା ଚିତ୍ରକୋଣ୍ଡା ଥାନାର ଗୋଟିଏ ଟିମକୁ ନେଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ -୩ ଅଞ୍ଚଳର ଜଙ୍ଗଲରେ ଚଢ଼ାଉ କରି ୧୩୨ ଗୋଟି ଜରି ବ୍ୟାଗରେ ଗଞ୍ଜେଇ ଥିବା ଦେଖିଥିଲେ। ଓଜନ ପରେ ତାହା ୩ ଟନ ୩୦୦ କେଜି ଗଞ୍ଜେଇ ବାହାରିଥିଲା, ଗଞ୍ଜେଇ ଜବତ ବେଳେ ସେଠାରେ କୌଣସି ଆସାମୀ ଧରା ପଡିନଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ହେବ ବୋଲି ଚିତ୍ରକୋଣ୍ଡା ଆଇ.ଆଇ.ସି. ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି। ଆସାମୀ ମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୋଲିସ ପହଂଚିବା ଦେଖି ଆସାମୀ ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ଜବତ ଗଞ୍ଜେଇକୁ ଆଜି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଚିତ୍ରକୋଣ୍ଡା ପୋଲିସ କାହାର ଗଞ୍ଜେଇ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ଅଧିକା ଛାନଭିନ୍ନ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ।

Leave A Reply

Your email address will not be published.