mobile header

୫-ଟି ସଚିବ କାଫେ ବୁଲିଲେ ଓ ଟିଫିନି ଖାଇଲେ

ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଚିତ୍ରକୋଣ୍ଡା ଡ୍ୟାମକୁ ଯାଇ ବୁଲି ପରିଦର୍ଶନ କରିଥିଲେ

ଚିତ୍ରକୋଣ୍ଡା, ୨୯/୦୩/୨୦୨୩: ଗତକାଲି ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳକୁ ୫-ଟି ସଚିବଙ୍କ ଭି.କେ. ପାଣ୍ଡିଆନ ଏବଂ ତାଙ୍କ ସହିତ ତତକାଳିନ ମାଲକାନଗିରି ପୂର୍ବତନ ଜିଲାପାଳ ତଥା ବର୍ତ୍ତମାନ ବ୍ୟକ୍ତିଗତ ସଚିବ ଆର ଭିନୀଲ କ୍ରିଷ୍ଣା ଏବଂ ଅନୁଗର ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ହନ୍ତାଲଗୁଡ଼ାରେ ଆକର୍ଷଣୀୟ ଭିଉ ପଏଣ୍ଟ ବୁଲିଥିଲେ ହନ୍ତାଳଗୁଡ଼ା ଜନସାଧାରଣଙ୍କ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠି ସହ ଆଲୋଚନା କରିଥିଲେ l ତାପରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବଡ଼ପଡାକୁ ଆସିଥିଲେ l ବଡ଼ପଡାରେ ପହଞ୍ଚି ବଡ଼ପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ରାତ୍ର ଭୋଜନ କରି ଗୁରୁପ୍ରିୟା ସେତୁ ଉପରେ ବୁଲି ପରିଦର୍ଶନ କରି ବଡପଡାରେ ରାତ୍ରି ଯାପନ କରି ଆଜି ସକାଳୁ ଚିତ୍ରକୋଣ୍ଡା ମିଶନ ଶକ୍ତି କାଫେକୁ ଯାଇ ମିଶନ ଶକ୍ତି ମାଙ୍କ ସହ ମିଶିଥିଲେ l କାଫେରେ ଦୋସା ଏବଂ ଇଟିଲି ଟିଫିନି ଖାଇଥିଲେ l ମିଲେଟ ତିଆରି ଖାଦ୍ୟ ଦେଖି ଖୁସି ହୋଇ ବିଭିନ୍ନ ପରାମର୍ଶ ସହ ଚିତ୍ରକୋଣ୍ଡା ସ୍ଥିତ ୫-ଟି ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶ୍ରେଣୀ କକ୍ଷ ବୁଲି ପିଲାଙ୍କୁ ପାଠ ପଚାରି, ସ୍ମାଟ କ୍ଲାସ ବୁଲି ଦେଖି ଖୁସି ହେବା ସହ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମକୁ ଯାଇ ବୁଲି ପରିଦର୍ଶନ କରି ବାଲିମେଳା ମାଲକାନଗିରି ଅଭିମୁଖେ ଯାତ୍ରା କରିଥିଲେ l

Leave A Reply

Your email address will not be published.