କୁନି ପ୍ରତିଭା ଶ୍ରୀୟାଂଶୀ

କଟକ,( ନୃସିଂହ ଚରଣ ଦାସ): ବୟସ ୮ । କିନ୍ତୁ ଗୁଣ ୧୮ । ଦୁଷ୍ଟାମୀ ଦେଇଛି ନୂଆ ପରିଚୟ । କରୋନା ସମୟ ଦୁଷ୍ଟାମୀ କରିଥିଲା ବେଦ ମନସ୍କ । କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମିତ ଏହି କୁନି ପ୍ରତିଭାଙ୍କ ଉପରେ ପଡିଥିଲା ଦୈନିକ ପୂଜାର୍ଚ୍ଚନାର ପ୍ରଭାବ । ମୁଖସ୍ତ କରିଥିଲେ ବିଭିନ୍ନ ସଂସ୍କୃତ ଶ୍ଳୋକ ଆଉ ଆଧ୍ୟାତ୍ମିକ କଥାବସ୍ତୁର ମାର୍ମିକ ତତ୍ୱ । ଆଉ ତାପରେ ବଦଳିଥିଲା ନିଜସ୍ୱ ପରିଚୟ । କୁନି ପାଦର ଛନ୍ଦ ହେଉ ଅବା ଅନର୍ଗଳ ବେଦ ପାଠ । ଖିଲି ଖିଲି ହସ ଖୁସିର ଅଭିନୟ ହେଉ ଅବା ପୁସ୍ତକଗତ ଜ୍ଞାନର ଗାରିମା । ସବୁ ଥିରେ ନିପୁଣା ଡି ସାଇ ଶ୍ରୀୟାଂଶୀ । ନିଜର କୃତିତ୍ୱ ଲାଗି ସେ ବେଶ ଚର୍ଚ୍ଚିତ । ଧାରାବାହିକ ସର୍ବଜିତା ଅନୁ କୁହନ୍ତୁ ଅବା ପ୍ରବଚନ ମଞ୍ଚରେ ବେଦ ଉଚ୍ଚାରଣ । ଅଥବା ଓଡିଶୀ ନୃତ୍ୟର ମାଦକତା । ସେହିପରି ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଅନୁରୂପା । ଏଭଳି ବହୁମୁଖୀ ପ୍ରତିଭା ଶ୍ରୀୟାଂଶୀର ଘର ବାଣୀପୀଠ ଜଗତସିଂହପୁର । ମା ଶାରଳାଙ୍କ ଆଶିଷ, କୃପା, କରୁଣା ହୋଇଛି ପ୍ରତିଫଳିତ । ଜଗତସିଂହପୁର ଜିଲ୍ଲା ତରଡ଼ାପଡ଼ାରେ ବିକଶିତ ହେଉଛି ଶ୍ରୀୟାଂଶୀ । ତାର ଚଲାପଥ କୁସୁମିତ ହେଉ । ଆଗାମୀ ଦିନରେ ଶ୍ରୀୟାଂଶୀ ନିଜ ପ୍ରତିଭାକୁ ଆହୁରି ବିକଶିତ କରୁ ମାଙ୍କୁ ଏତିକି କାମନା ।

Leave A Reply

Your email address will not be published.