ରାମ ନବମୀରେ କମ୍ପୁଛି ଅସୁରେଶ୍ୱର

କଟକ,( ନୃସିଂହ ଚରଣ ଦାସ): ଆଜି ରାମ ନବମୀ । କଟକ ଜିଲ୍ଲାର ଅସୁରେଶ୍ୱର ହୋଇଉଠିଛି ଚଳଚଂଚଳ । ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିସର । ନିଷ୍ଠାର ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ନିଜର ଦୁଃଖ ଓ ଅଭିଳାଷ ଜଣାଉଛନ୍ତି । ଆଜିର ରାମନବମୀ ଲାଗି ଅସୁରେଶ୍ୱରର ପ୍ରସିଦ୍ଧ ରଘୁନାଥଜୀଉଙ୍କ ପୀଠରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ରୀତିନୀତି ଅନୁସାରେ ପ୍ରଭାତରୁ ପୂଜାର୍ଚ୍ଚନା ସହ ଠାକୁରଙ୍କୁ ବିଭିନ୍ନ ବେଶ କରାଯାଇଥିଲା । ଆଜିଠାରୁ ଏଠାରୁ ଏକାଧିକ ମାନସିକଧାରୀ ନିଜକୁ ହନୁମାନ ବେଶରେ ସର୍ଜିତ କରିବେ । ଆଉ ବିଭିନ୍ନ ଗାଁ ବୁଲି ରାମକଥା ପ୍ରଚାର କରିବାର ବିଧିକୁ ତ୍ୱରାନ୍ୱିତ କରିବେ । ଶେଷରେ ନିର୍ଦ୍ଧିଷ୍ଟ ଦିନରେ ମନ୍ଦିରରେ ମୁଖା ବେତ ଓ ପୋଷାକ ଫେରସ୍ତ ଦେଇ ବ୍ରତ ସମାପନ୍ନ କରିବାର ବିଧି ରହିଛି ।

Leave A Reply

Your email address will not be published.