ସିଡନି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଜି ମିଳିତ ଭାବେ ପ୍ରସିଦ୍ଧ ହାରିସ ପାର୍କ ସହରାଞ୍ଚଳକୁ ‘ଲିଟିଲ୍ ଇଣ୍ଡିଆ’ ନାମରେ ନାମିତ କରିଛନ୍ତି। ହାରିସ ପାର୍କ ହେଉଛି ପଶ୍ଚିମ ସିଡନିର ଏକ ପ୍ରମୁଖ ବିକଶିତ ଅଞ୍ଚଳ। ଏଠାରେ ଭାରତୀୟ ସମ୍ପ୍ରଦାୟ ଦୀପାବଳି ଏବଂ ଅଷ୍ଟ୍ରେଲିଆ ଦିବସ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି।
ଏହି ହାରିସ ପାର୍କ ଏବେ ‘ଲିଟିଲ ଇଣ୍ଡିଆ’ରେ ପରିଣତ ହୋଇଛି। ଭାରତ- ଅଷ୍ଟ୍ରେଲିଆ ସମ୍ପର୍କ କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ତେଣୁ ସିଡନି ପରମତ୍ତାର ହାରିସ ପାର୍କକୁ ‘ଲିଟିଲ ଇଣ୍ଡିଆ’ ଭାବେ ନାମିତ କରି ନୂତନ ଫଳକ ସ୍ଥାପନ କରାଯାଇଛି। ଲିଟିଲ ଇଣ୍ଡିଆରେ ୬ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି। ଏହା ସେଠାକାର ମୋଟ୍ ଜନସଂଖ୍ୟାର ୪୬ ପ୍ରତିଶତରୁ ଅଧିକ। ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ବ ଏବଂ ଭାରତୀୟ ବଂଶୋଦ୍ଭବଙ୍କର ଏଥିପ୍ରତି ଥିବା ଅବଦାନ ପାଇଁ ଲିଟିଲ ଇଣ୍ଡିଆ ଏକ ପ୍ରତୀକ ହୋଇ ରହିବ।