କାର୍‌ ଦୁର୍ଘଟଣାରେ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟକା। ଆଉ ନାହାନ୍ତି ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟ । ଖୁବ୍‌ କମ୍‌ ବୟସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆର ପାରିକି ଚାଲି ଯାଇଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ । ଏହି ଖବର ସମଗ୍ର ଟିଭି ଜଗତକୁ ଦୋହଲାଇ ଦେଇଥିବା ବେଳେ ଫ୍ୟାନ୍ସ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି।

ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।

ପପୁଲାର ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ । ଏଥିସହ ତାଙ୍କର ଏକ ଭିଡିଓ ଶେଆର କରି ବୈଭବୀଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନି ବୋଲି ଉଲ୍ଲେଖ କରିଛନ୍ତି।

ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଜୀବନ ଏତେ ଅନିଶ୍ଚିତ ବୋଲି ବିଶ୍ୱାସ କରି ହେଉନି। ଜଣେ ଖୁବ୍‌ ଭଲ ଅଭିନେତ୍ରୀ ଓ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି।

ବୈଭବୀଙ୍କ ଭାଇ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ଆସନ୍ତାକାଲି ସେ ଭଉଣୀଙ୍କ ମୃତଦେହ ଧରି ମୁମ୍ବାଇରେ ପହଞ୍ଚିବେ ବୋଲି ଜଣାଯାଇଛି। ସେଠାରେ ଅନ୍ତିମ ଦର୍ଶନ ପରେ ତାଙ୍କ ମୃତଦେହକୁ ସତ୍କାର କରାଯିବ ।

ବୈଭବୀ ଜଣେ ପପୁଲାର ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍‌ ପ୍ରସିଦ୍ଧି ଆଣି ଦେଇଥିଲା ଓ ଘରେ ଘରେ ପରିଚିତ କରାଇଥିଲା। ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

‘ସାରାଭାଈ ଭର୍ସେସ୍‌ ସାରାଭାଈ ଟେକ୍‌ ୨’ରେ ତାଙ୍କ ସହିତ କାର୍ଯ୍ୟ କରୁଥିବା ପ୍ରଯୋଜକ ତଥା ଅଭିନେତା ଜେ. ଡି. ମଜେଠିୟା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, ଜୀବନ ‌ଏମିତି ଅପ୍ରତ୍ୟାଶିତ ବୋଲି ବିଶ୍ବାସ କରି ହେଉନାହିଁ। ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ‘ଜାସ୍ମିନ୍‌’ ଚରିତ୍ର ଭାବେ ସୁପରିଚିତା ଜଣେ ସୁନିପୁଣା ଅଭିନେତ୍ରୀ ତଥା ପ୍ରିୟ ବାନ୍ଧବୀ ବୈଭବୀ ଉପାଧ୍ୟାୟଙ୍କର ଦେହାନ୍ତ ଘଟିଛି। ଉତ୍ତର ଭାରତରେ ସେ ଦୁର୍ଘଟଣାରେ ସମ୍ମୁଖନୀ ହୋଇଥିଲେ ଏବଂ ଆଗାମୀକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ‌ଶେଷକୃତ୍ୟ ନିମନ୍ତେ ତାଙ୍କ ପରିବାର ତାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ଆଣିବେ। ଶାନ୍ତିର ବିଶ୍ରାମ କର ବୈଭବୀ।

‘ସାରାଭାଈ ଭର୍ସେସ୍‌ ସାରାଭାଈ’ ବ୍ୟତୀତ ବୈଭବୀ ‘କ୍ୟା କଶୁର୍‌ ହୈ  ଅମ୍‌ଲା କା’, ଡିଜିଟାଲ୍‌ ସିରିଜ୍‌ ‘ପ୍ଲିଜ୍‌ ଫାଇଣ୍ଡ୍‌ ଆଟାଚ୍‌ଡ୍‌’, ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍‌’ ଏବଂ ୨୦୨୩ ଚଳଚ୍ଚିତ୍ର ‘ତିମିର’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଗୁଜରାଟୀ ଥିଏଟର୍‌ ସମାଜରେ ତାଙ୍କର ଖୁବ୍‌ ସୁନାମ ଅଛି।

ସୂଚନାଯୋଗ୍ୟ, ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। 

ଲଗାତର ଭାବେ ୨ ପପୁଲାର ଅଭିନେତା, ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। 

Leave A Reply

Your email address will not be published.