mobile header

ହୋଟେଲ୍‌ରୁ ମୃତାବସ୍ଥାରେ ଉଦ୍ଧାର ହେଲେ ‘ଓମ୍‌ ଶାନ୍ତି ଓମ୍‌’ରେ ଶାହରୁଖଙ୍କ ସହିତ ଅଭିନୟ କରିଥିବା ନୀତେଶ ପାଣ୍ଡେ

ମୁମ୍ବାଇ: ଟେଲିଭିଜନ ପରଦାରେ ଦେଖିବାକୁ ମିଳିବାନି ଆଉ ନିତେଶ ପାଣ୍ଡେଙ୍କ ହସ ହସ ମୁହଁ। ସବୁଦିନ ପାଇଁ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା।

ଆଜି ପୁଣିଥରେ ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟକା। ଆଜି ସକାଳେ ପପୁଲାର ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପରେ ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଗଭୀର ଧକ୍କା ଦେଇଛି।

 ପୁପୁଲାର ଟିଭି ଶୋ’ ‘ଅନୁପମା’ ଫେମ୍‌ ନିତେଶ ପାଣ୍ଡେ ମୁମ୍ବାଇ ପାର୍ଶ୍ୱବର୍ତ୍ତୀ ଇଗତପୁରୀରେ ଅନ୍ତିମ ନିଶ୍ୱାସ ନେଇଛନ୍ତି । ସୋଶାଲ ମିଡିଆରେ ଫ୍ୟାନ୍ସ ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି।

ନିତେଶ ପାଣ୍ଡେ ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି। ଛୋଟ ପରଦାରେ ତାଙ୍କ ହସ ହସ ମୁହଁ ଖୁବ୍‌ ପପୁଲାର ଥିଲା। ଅନୁପମା ଶୋ’ର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ନିତେଶଙ୍କ ମୃତ୍ୟୁକୁ କମଫର୍ମ କରିବା ସହ ଗଭୀର ଶୋକ ପ୍ରକଟ କରିଛନ୍ତି।

୦ ଦଶକରେ ମଞ୍ଚରେ ଅଭିନୟ କରିଥିବା ନୀତେଶ ପାଣ୍ଡେ ଟେଲିଭିଜନ୍‌ ଓ ଚଳଚ୍ଚିତ୍ରରେ ଜଣେ ସୁପରିଚିତ ଅଭିନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ମଞ୍ଚ ଅଭିନୟ ପରେ ସେ ସ୍ବଳ୍ପ ଦିନ ଧରି ପ୍ରସାରିତ ଟେଲିଭିଜନ୍‌ ସୋ’ ‘ତେଜସ୍‌’ରେ ଜଣେ ଗୁଇନ୍ଦା ଚରିତ୍ରରେ ଅଭିନୟ କରିଥିଲେ।

‘ଅସ୍ତିତ୍ବ… ଏକ୍‌ ପ୍ରେମ୍‌ କାହାନୀ’, ‘ମଞ୍ଜିଲେଁ ଅପ୍‌ନୀ ଅପ୍‌ନୀ’, ‘ସାୟା’, ‘ଦୁର୍ଗେଶ ନନ୍ଦିନୀ’ ଏବଂ ‘ଜୁସ୍ତଜୂ’ ଭଳି ‌‘ସୋ’ରେ ମଧ୍ୟ ସେ ଅଭିନୟ କରିଥିଲେ। ଅଳ୍ପଦିନ ପୂର୍ବେ ‘ଅନୁପମା’ରେ ଧୀରଜ କୁମାର ଚରିତ୍ରରେ ତାଙ୍କ ଅଭିନୟ ଦେଖାଯାଇଥିଲା। ସେହିପରି, ‘ଇଣ୍ଡିଆୱାଲି ମା’ରେ ବି ସେ ଚମତ୍କାର ଅଭିନୟ କରିଛନ୍ତି।

ଏହାଛଡ଼ା, ‘ବଧାଇ ଦୋ’, ‘ସାଦି କେ ସାଇଡ୍‌ ଇଫେକ୍ଟସ୍‌’, ‘ଦବଙ୍ଗ-୨’ ଏବଂ ‘ରେଙ୍ଗୁନ୍‌’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ଭୂମିକା ରହିଛି ଶାହାରୁଖ ଖାନ୍‌ଙ୍କ ‘ଓମ୍‌ ଶାନ୍ତି ଓମ୍‌’ ଏବଂ ‘ଖୋସ୍‌ଲା କା ଘୋସ୍‌ଲା’ ଚଳଚ୍ଚିତ୍ରରେ।

ନିଜ ଦମଦାର ଭଏସ୍‌ ପାଇଁ ନିତେଶ ବେଶ୍‌ ଜଣାଶୁଣା ଥିଲେ। ତାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ଥିବା ବେଳେ ସେ ରେଡିଓ ଶୋ’ ପ୍ରଡ୍ୟୁସ୍‌ କରୁଥିଲେ। ପପୁଲାର ଶୋ’ ‘ଅନୁପମା’ରେ ସେ ଧିରଜ କପୁର ଭୂମିକାରେ ନଜର ଆସୁଥିଲେ। ହେଲେ ତାଙ୍କର ଏପରି ଅଚାନକ ମୃତ୍ୟୁକୁ ଶୋ’ର କଳାକାରଙ୍କ ସମେତ ଟିଭି ଇଣ୍ଡଷ୍ଟ୍ରିର କେହି ବି ଗ୍ରହଣ କରି ପାରୁ ନାହାନ୍ତି ।

ନିତେଶ ୧୯୯୮ ମସିହାରେ ଅଶ୍ୱିନୀ କାଳେସକରଙ୍କୁ ବିବାହ କରିଥିଲେ। କିନ୍ତୁ ବେଶି ଦିନ ତିଷ୍ଠି  ନ ଥିଲା ଏବଂ ୨୦୦୨ ମସିହାରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା। ଏହାପରେ ସେ ଟିଭି ଅଭିନେତ୍ରୀ ଅର୍ପିତା ପାଣ୍ଡେଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.