mobile header

୪ ଦିନ ଭିତରେ ଡକାଡକି ହୋଇ ଆରପାରିକୁ ଚାଲିଗ‌ଲେ ୬ଜଣ କଳାକାର

ମୁମ୍ବାଇ: ଗତି ୪ଦିନ ଭିତରେ ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି ୬ଜଣ କଳାକାର। ଏମାନଙ୍କ ମଧ୍ୟରୁ କାହାକୁ ଟ୍ରକ ଧକ୍କା ଦେଇଥିଲା ତ ଆଉ କିଏ ଶୌଚାଳୟରେ ପଡ଼ି ମୃତ୍ୟୁବରଣ କରିଥିବା ଖବର ଆସିଛି।

ଏହି ଜୀବନଟା ତ ପାଣିଫଟକା ପରି। କେଉଁ ମୁହୂର୍ତ୍ତରେ କ’ଣ ହେବ କେହି କହି ପାରିବେ ନାହିଁ। ଏଇ ଦେଖୁନାହାନ୍ତି ଗତ ୪ଦିନ ମଧ୍ୟରେ ୬ଜଣ ଜଣାଶୁଣା କଳାକାରଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଏମାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସିନେ ଜଗତକୁ ଏକ ଶକ୍ତ ଝଟକା ଲାଗିଛି।

ନୀତେଶ ପାଣ୍ଡେ: ଗତ ରାତି ପ୍ରାୟ ୨ଟା ବେଳେ ହୃଦ୍‌ଘାତର ଶିକାର ହୋଇ  ଓମ୍‌ ଶାନ୍ତି ଓମ୍’ ଏବଂ ‘ଅନୁପମା’ରେ ଅଭିନୟ କରିଥିବା ଅଭିନେତା ନୀତେଶ ପାଣ୍ଡେଙ୍କର ଦେହାନ୍ତ ହୋଇଛି। ହୋଟେଲ୍‌ରୁ ତାଙ୍କର ଶବ ଉଦ୍ଧାର କରାଯାଇଛି। ନାଶିକ ନିକଟ ଇଗତପୁରୀରେ ସୁଟିଙ୍ଗ୍‌ ପାଇଁ ସେ ଆସିଥିଲେ।

ବୈଭବୀ ଉପାଧ୍ୟାୟ: ଏଥିସହିତ କାର୍‌ ଦୁର୍ଘଟଣା ଯୋଗୁଁ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଥିବା କଥା ଟେଲିଭିଜନ୍‌ ସୋ’ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ‌ପ୍ରଯୋଜକ ଜେ. ଡି. ମଜେଠିୟା ସୁନିଶ୍ଚିତ କରିଛନ୍ତି।

‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ବୈଭବୀ ଜାସ୍ମିନ୍‌ ଚରିତ୍ରରେ ଅଭିନୟ କରି ଅତ୍ୟନ୍ତ ଲୋକପ୍ରିୟ ‌ହୋଇଯାଇଥିଲେ।

ଭ୍ରମଣପ୍ରିୟା ବୈଭବୀ ଭାବୀ ସ୍ବାମୀଙ୍କ ସହିତ ହିମାଚଳ ପ୍ରଦେଶରେ ଭ୍ରମଣ କରୁଥିବା ବେଳେ ସେମାନଙ୍କ କାର୍‌ ଗୋଟାଏ ପାହାଡ଼ ଉପତ୍ୟକାରୁ ଖସିପଡ଼ିବାରୁ ଉଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ଷ୍ଟିଭେନ୍‌ସନ: ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ ବ୍ରିଟିଶ ଗଭର୍ଣ୍ଣରଙ୍କ ଭୂମିକାରେ ନଜର ଆସିଥିବା  ଷ୍ଟିଭେନ୍‌ସନଙ୍କର ଗତକାଲି ମୃତ୍ୟୁ ହୋଇଥିବା ଖବର ତାଙ୍କର ପ୍ରତିନିଧି ଗଣମାଧ୍ୟମକୁ  ସୂଚନା ଦେଇଥିଲେ।

ଶରତ ବାବୁ: ତେଲୁଗୁ ଓ ତାମିଲ ସିନେମାର ଖ୍ୟାତନାମା ଅଭିନେତା ଶରତ ବାବୁଙ୍କର ୭୧ ବର୍ଷ ବୟସରେ ‌ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଗତସୋମବାର ଦିନ ପରଲୋକ ହୋଇଥିଲା। ଅସୁସ୍ଥତା କାରଣୁ ଗତମାସରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ଏକ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଥିଲେ।

ସୁଚନ୍ଦ୍ରା ଦାସଗୁପ୍ତା :ସେହିପରି ବଙ୍ଗୀୟ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଙ୍ଗୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଛନ୍ତି। ସୁଚନ୍ଦ୍ରାଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

‌ଆଦିତ୍ୟ ସିଂହ ରାଜପୁତ: ମଡେଲ ତଥା ଯୁବ ଅଭିନେତା ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ ଗତ ସୋମବାର ତାଙ୍କ ଅନ୍ଧେରିସ୍ଥିତ ଆପାର୍ଟମେଣ୍ଟ ଗାଧୁଆ ଘରୁ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.