ସଚେତନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

କଟକ, (ନୃସିଂହ ଚରଣ ଦାସ): ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନ କରି ନିଜସ୍ୱ ପରିଚୟ ସୃଷ୍ଟି କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚି ରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସଂସଦ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଏକ ସାହିତ୍ୟ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଇଟାମୁଣ୍ଡଳିସ୍ଥିତ ମା ବୁଢ଼ୀ ଜାଗୁଳାଇଙ୍କ ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର ନାଥ ଶତପଥୀଙ୍କ ସଭପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟ ସମାଲୋଚକ ପ୍ରଫେସର ବିଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ କିସ୍ ବିଶ୍ଵ ବିଦ୍ୟାଳୟର ପ୍ରଫେସର ବିଜୟା ନନ୍ଦ ସିଂହ ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ସାରଦା ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ଶରତ ରଥ ଯୋଗ ଦେଇଥିଲେ। ଉତ୍ସବରେ ବାବୁ ମାନ୍ୟଗଣ୍ୟ ଲୋକ ଯୋଗ ଦେଇଥିଲେ ।

Leave A Reply

Your email address will not be published.