mobile header

ବଣ୍ଡା ଜନଜାତିର ମେଧାବୀ ଝିଅ କର୍ମା ମୁଦୁଲି ମୂଲ ଲାଗିବା ଘଟଣା: ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ସହ ପାଠ୍ୟ ପୁସ୍ତକ ଉପକରଣ ସହାୟତା ପାଇଁ ପ୍ରତିଶ୍ରୁତି

ମାଲକାନଗିରି: ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଝିଅ କର୍ମା । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଚେତିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କର୍ମାଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଜିଲ୍ଲାପାଳ ବିଶାଲ ସିଂ ଟପ୍ପର କର୍ମା ମୁଦୁଲିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି ଏବଂପାଠ ପଢ଼ିବା ପାଇଁ ସମସ୍ତ ପ୍ରକାର ପାଠ୍ୟ ଉପକରଣ ମଧ୍ୟ ସହାୟତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମାଙ୍କ ପାଠପଢା ପାଇଁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା । ଆଉ ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । ହେଲେ ଅଭାବ ଯୋଗୁ ପଢା ଖର୍ଚ୍ଚ ତୁଲାଇନପାରି ଦିନ ମଜୁରିଆ କାମ କରୁଥିଲା। ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥ ସହାୟତା ରାଶି ପ୍ରଦାନ ସହ ପାଠ୍ୟ ପୁସ୍ତକ ଉପକରଣ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.