mobile header

ମାଲକାନଗିରି କାଳ ବୈଶାଖୀ ପ୍ରଭାବରେ ମୃତ୍ୟବରଣ କରିଥିବା ପରିବାରବର୍ଗଙ୍କୁ ନବରଙ୍ଗପୁର ସାଂସଦଙ୍କ ସମବେଦନା ଜ୍ଞାପନ ସହ ଆର୍ଥିକ ସହାୟତା ପ୍ରଦାନ

ମାଲକାନଗିରି: ମାଲକାନଗିରିରେ କାଳ ବୈଶାଖୀ ଉଗ୍ର ରୂପ ଦେଖିବାକୁ ପାଇଥିବା ବେଳେ ମାଲକାନଗିରି ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ିଯାଇଥିବାରୁ ୨ ଜଣ ମତ୍ସଜୀବୀ ମୃତ୍ୟୁବରଣ କରିଥିବା ବେଳେ ଆଜି ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଦୁଇ ପରିବାର ତୁଳସୀ ମାଡି ଭୀମାରାଙ୍ଗନି ଗ୍ରାମର ଓ ଗୋବିନ୍ଦ ସର୍ଦାର ଏମ.ଭି. ୧୧୧ ଓ ମନୋଜ ହେମ୍ବ୍ରମ ତାମସା ପଞ୍ଚାୟତ ଏମ.ଭି. ୩ ଗ୍ରାମରେ ପହଞ୍ଚି ଶୋକ ସନ୍ତାପ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୟନା ଦେବା ସହ ୧୦ ହଜାର ଲେଖାଏ ତିନି ପରିବାରଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ରିଲିପି ପାଣ୍ଟିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଜେଡି ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ବିଜେଡି ସାଧାରଣ ସମ୍ପାଦକ ତଥା ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ, ସାଂସଦ ପ୍ରତିନିଧି ଖଇରପୁଟ୍ ଜଗନ୍ନାଥ ମାଝୀ ,ପୋୖର ପରିଷଦ ସଂଯୋଜକ ମଙ୍ଗଳା ପାଙ୍ଗି, ସତ୍ୟ ସ୍ୱାଇଁ, ଯୁବ ନେତା ସଦା ନନ୍ଦ ଖରା, ଯୁବ ଉପ ସଭାପତି କଣ୍ଟେସ ପୋଟଲା, କେ. ରାହୁଲ, ଯୁବ ସମ୍ପାଦକ ବସନ୍ତ ନାୟକ, ଏସ୍ ଵାଲା, ବି.ବିଭୁତି ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.