ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି: ଅବକାରୀ ଥାନାରେ ମହିଳାଙ୍କ ମୃତ୍ୟୁ। ମହିଳାଙ୍କ ନାମ ପ୍ରୀତି ବିଶ୍ୱାସ, ମହିଳା ଜଣଙ୍କ ଏମ.ଭି.୬୬ ଗ୍ରାମର ହୋଇଥିବା ସୂଚନା ମିଳିଛି । ମାଥିଲିଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ ପୋଲିସ ସନ୍ଦେହରେ ମହିଳାଙ୍କୁ ଯାଞ୍ଚ କରିଥିଲେ । ମହିଳାଙ୍କ ନିକଟରେ ଏକ ବ୍ୟାଗରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ଅବକାରୀ ଟିମ୍। ଗଞ୍ଜେଇ ସହ ସଂପୃକ୍ତ ମହିଳାଙ୍କୁ ମାଥିଲି ସ୍ଥିତ ଅବକାରୀ ଥାନାକୁ ଆଣିଥିଲେ । ମହିଳାଙ୍କ ନାମ ପ୍ରୀତି ବିଶ୍ୱାସ ବୋଲି ଜଣାପଡିଛି ତେବେ ରାତି ହୋଇ ଯାଇଥିବାରୁ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇପାରିନଥିଲା । ସକାଳୁ ମହିଳା ଜଣଙ୍କ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ମହିଳାଙ୍କୁ ସଙ୍ଗେ ସଙ୍ଗେ ମାଥିଲି ସବ ଡିଭିଜିନାଲ ଡାକ୍ତରଖାନାକୁ ଅଣାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ମାଲକାନଗିରି ସଦର ମହୋକୁମା ମୁଖ୍ୟ ଚିକିତ୍ସାଳୟରେ। ତେବେ ଏହାକୁ ନେଇ ମାଥିଲି ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.