ଡୋପ୍ ଟେଷ୍ଟରେ ଦୂତୀ ଚାନ୍ଦ ଫେଲ୍‌ ; ୪ ବର୍ଷ ପାଇଁ ବାସନ୍ଦ

ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ନାଡା ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି ।

ଭୁବନେଶ୍ବର: ଆଥଲେଟ୍ ଦୁତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ। ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି।

ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ନାଡା ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା।

୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି ।

ନାଡାର ଦଣ୍ଡବିଧାନ ଧାରା ୨.୧ ଓ ୨.୨ ଅନୁସାରେ ଦୂତିଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ADAP ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ ।

ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ୱୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିବା ବେଳେ ତାହାର ଲେଭଲ୍‌କୁ ଯାଞ୍ଚ କରିନ ନ ଥିବା କହିଥିଲେ। ଏହାଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ୱାରା ଭୁବନେଶ୍ବରରେ ଦୁଇଥର ଦୂତିଙ୍କର ପରୀକ୍ଷା କରାଯାଇଛି। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା।

ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍‌ ଫାଇଣ୍ଡିଂ (ଏଏଏଫ୍‌) ନୋଟିସ୍‌ ପାଇବାର ୭ ଦିନ ମଧ୍ୟରେ ବି’ ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା। ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି।

Leave A Reply

Your email address will not be published.