ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ଏସୀୟ କ୍ରୀଡ଼ା

ହାଙ୍ଗଜୋ: ଚାଇନାର ହାଙ୍ଗଜୋଠାରେ ଏସୀୟ କ୍ରୀଡ଼ା ୨୦୨୩ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ବକ୍ସର ଲଭଲିନା ବୋର୍ଗୋହେନ୍ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏଭଳି ଭାବେ ଆନୁଷ୍ଠାନିକ ଭାବେ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତର ୬୫୫ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତରୁ ମୋଟ ୬୫୫ ଜଣ ଆଥଲେଟ୍ ୪୦ଟି ଭିନ୍ନ ଭିନ୍ନ ଇଭେଣ୍ଟରେ ଭାଗ ନେବେ।

ଏହା ପୂର୍ବରୁ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତରୁ ୫୭୨ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେହିପରି ଚଳିତ ଏସୀୟ କ୍ରୀଡ଼ାରେ ୪୫ଟି ଦେଶର ୧୨ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏଥର ଏସିଆନ୍ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଛି। ଏହା ପୂର୍ବରୁ ୨୦୧୪ ଏସୀୟ କ୍ରୀଡ଼ାରେ ମଧ୍ୟ କ୍ରିକେଟ  ଅଂଶ ଥିଲା, କିନ୍ତୁ ବିସିସିଆଇ ନିଜ ଦଳ ପଠାଇ ନଥିଲା। ତେବେ ଏଥର ବିସିସିଆଇ ଉଭୟ ପୁରୁଷ ଓ ମହିଳା ଦଳ ପଠାଇଛି। ଭାରତୀୟ ମହିଳା ଓ ପୁରୁଷ କ୍ରିକେଟ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବ । କ୍ରିକେଟରୁ ଭାରତ ସ୍ବର୍ଣ୍ଣ ଆଶା କରୁଛି । ସେହିପରି ବକ୍ସିଂ, କୁସ୍ତି,ବ୍ୟାଡମିଣ୍ଟନ, ସୁଟିଂ ଆଦିରୁ ବି ଭାରତ ସ୍ବର୍ଣ୍ଣ ଆଶା କରୁଛି ।

Leave A Reply

Your email address will not be published.