xmas

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଦିନିଆ ଗ୍ରସ୍ତ ଓ “ଲକ୍ଷ୍ମୀ”ଯୋଜନାର ଶୁଭାରମ୍ଭ ପାଇଁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୨ ତାରିଖ ଦିନ ମାଲକାନଗିରି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମକୁ ନେଇ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ( ବବି ଭାଇ )ଙ୍କ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୁର୍ବତ୍ତନ ବିଧାୟକ ମାନସ ମାଡକାମୀଙ୍କ ସଭାପତିତ୍ୱରେ ମାଲକାନଗିରି ପୋୖର ପରିଷଦ ନଗର ଭବନ ଠାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେରେ ମୁଖ୍ୟ ଆକର୍ଷଣ ଭାବେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱତନ୍ତ୍ର ପ୍ରତିନିଧି ପ୍ରକାଶ କୁମାର ମହାନ୍ତି ଓ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ଆଗାମୀ ୧୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଜିଲ୍ଲା ଗ୍ରସ୍ତ ଓ ମାଲକାନଗିରି ଜିଲ୍ଲାରେ ସର୍ବ ପ୍ରଥମେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥିପ୍ରତି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସମସ୍ତ କାର୍ଯ୍ୟକାର୍ତ୍ତାଙ୍କୁ ଶୃଙ୍ଖଳିତ ଭାବେ ଦାଇତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ‘ଲକ୍ଷ୍ମୀ’ ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ₹୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ । ଆଜିର ଏହି ପ୍ରସ୍ତୁତି ବୈଠକରେ ମଞ୍ଚସିନ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ଜାଗା ମିଶନ ହରି ଭାଇ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ଉପ ସଭାପତି ନୃସିଂହ ଚରଣ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟତମ ଅତିଥି ଭାବେ ମାଲକାନଗିରି ଜିଲ୍ଲା ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳ କୃଷ୍ଣ ପଣ୍ଡା, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରବି ରାଜେଶ, ଜିଲ୍ଲା ଛାତ୍ର ସଭାପତି ତାପଶ ରଞ୍ଜନ ନାୟକ, ପର୍ଯ୍ୟବେକ୍ଷକ ମୁନି ସାମନ୍ତରାୟ, ପ୍ରସାଦ ବିଡିକା, ବିଜିତ୍ ସିଂ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକାର୍ତ୍ତା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ମାଲକାନଗିରି ଜିଲ୍ଲା ୭ଟି ବ୍ଲକର ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ମାଲକାନଗିରି ବିଜୁ ଜନତା ଦଳର ସମସ୍ତ ବ୍ଲକ, ପୋୖର ପରିଷଦ, ଏନ୍ ଏ ସି ଅଧ୍ୟକ୍ଷ, ସମସ୍ତ ଜୋନ୍ ସଂଯୋଜକ, ସମସ୍ତ ଜୋନ୍ ସଭାପତି, ସମସ୍ତ ଯୁବ ଛାତ୍ର ମହିଳା ଜନତା ଦଳର ସକ୍ରିୟ ବିଜେଡି କର୍ମକାର୍ତ୍ତା, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କର୍ମକାର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.