xmas

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ବୈଠକ: ପୁଣି ସମୂହ ଛୁଟିରେ ଯିବାକୁ ଜିଲ୍ଲାସ୍ତରୀୟ ଅମଲାଙ୍କ ସଜବାଜ ଓ ସରକାରଙ୍କୁ ଚରମ ପତ୍ର ପ୍ରଦାନ

ମାଲକାନଗିରି: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମ ସୁନ୍ଦର ନାୟକ ଓ ଅଧକ୍ଷ ଲକ୍ଷ୍ମୀ ନାରାୟଣ ସେଠୀଙ୍କ ଆହ୍ବାନ କ୍ରମେ ୨୦୦ରୁ ଊର୍ଦ୍ଧ୍ଵ ଅମଲା ଭାଇ ଭଉଣୀ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି ସ୍ନାତକ ଶିକ୍ଷା ଗତ ଯୋଗ୍ୟତା ଭିତ୍ତିରେ ମୂଳ ଦରମା ୯୩୦୦ ଟଙ୍କା ସହ ୪୨୦୦ ଟଙ୍କା ଗ୍ରେଡ ପେ ପ୍ରଦାନ ଓ ଲେଭେଲ ୯ ଦରମା ନିର୍ଦ୍ଧାରଣ କରିବା ପାଇଁ ଗତ ଜୁନ ମାସ ୧ ତାରିଖ ଠାରୁ ଜୁନ ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୩୦ ହଜାରରୁ ଊର୍ଦ୍ଧ୍ବ ଅମଲା ଭାଇ ଭଉଣୀ ମାନେ ସମୁହ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ଜାରି ରଖିଥିଲେ । ଜୁନ ୧୭ ତାରିଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ଭିଡିଓ କନଫରେନ୍ସ ଯୋଗେ ଅମଲା ମାନଙ୍କ ଦାବି ଗୁଡ଼ିକ ଯୁକ୍ତି ଯୁକ୍ତ ଅଟେ ଏବଂ ଯଥା ଶୀଘ୍ର ଦାବି ଗୁଡ଼ିକ ପୂରଣ ହେବ ବୋଲି କହିଥିଲେ। କିନ୍ତୁ ୪ ମାସ ବିତିଗଲା କିନ୍ତୁ ସରକାର କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କଲେ ନାହିଁ ତେଣୁ କାର୍ଯ୍ୟରତ ଅମଲା ମାନେ ଆଗାମୀ ଦିନରେ ପୁନର୍ବାର ସମୂହ ଛୁଟି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ନିଷ୍ପତି ନିଆଗଲା । ଏହି ବୈଠକ ରେ ସଂଘର ସମ୍ପାଦକ ଲକ୍ଷ୍ମୀଧର ଦାସ, ରାଜସ୍ବ ଅମଲା ସଂଘର ସଭାପତି ସି ଏଚ ପି କ୍ରିଷ୍ଣା ରାଓ, ସମ୍ପାଦକ ଦିଲ୍ଲୀପ କୁମାର ନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପୃଷ୍ଟି ଓ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.