xmas

ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆଜି ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନର ଅଂଶ ସୁରୂପ ମାରାଥନ ଓ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରି ଡି.ଏନ.କେ, ପୁରୁଣା ମେଡିକାଲ ଛକ, ମାଲକାନଗିରି ମହାବିଦ୍ୟାଳୟ ଦେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ଏହାପରେ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନତା ସୃଷ୍ଟି କରିଥିଲା । ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି, ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଅତିରିକ୍ତ ଅରୋକ୍ଷି ଅଧିକ୍ଷକ ତପନ ନାରାୟଣ ରଥ, ତହସିଲଦାର ସବିର ସାହା ଯୋଗ ଦେଇଥିଲେ ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବିଦ୍ୟାଳୟ, ମହା ବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.