xmas

ସୋଆରେ ନୂତନ ବିବିଏ ଓ ଆଇ-ଏମ୍‌ବିଏ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦/୧୦: ଶିକ୍ଷା ଓ ଅନୁସନ୍ଧାନର (ସୋଆ)ର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌୍ (ଆଇବିସିଏସ୍‌)ରେ ନୂତନ ଭାବେ ନାମ ଲେଖାଇଥିବା ବିବିଏ ଓ ଇନ୍‌ଟିଗ୍ରେଟେଡ୍ ଏମ୍‌ବିଏର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ସୋମବାର ଏକ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ଶିଳ୍ପ କ୍ଷେତ୍ରର ନେତୃବୃନ୍ଦ ଓ ଶିକ୍ଷାବିତ୍‌ମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଅନେକ ବାର୍ତା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଟେରା-ବ୍ଲକ ମେସିନେରୀ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଡକ୍ଟର ସଞ୍ଜୀବ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ପ୍ରୋତ୍ସାହନ ଦେବା ସହ ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍‌ର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ । ସଫଳତାର ନକ୍ସା ସ୍ପଷ୍ଟ ଭାବେ ପ୍ରସ୍ତୁତ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରବର୍ତାଇଥିଲେ ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିବିଏ ପ୍ରୋଗ୍ରାମର ଏକାଡେମିକ କୋର୍ଡିନେଟର ପ୍ରଫେସର ଅୟସକାନ୍ତ ମହାନ୍ତି, ଆଇ-ଏମ୍‌ବିଏ ପ୍ରୋଗ୍ରାମର ଏକାଡେମିକ୍ କୋର୍ଡିନେଟର ଡକ୍ଟର ସରଜୁ ପ୍ରସାଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ମଞ୍ଜୁଳା ଦାସ ସୋଆର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ସହ ଛାତ୍ରଛାତ୍ରୀମାନେ ସଫଳତା ନିମନ୍ତେ ଅଧିକ ମନୋନିବେଶ କରିବା ଉପରେ ଗୁରତ୍ୱାରୋପ କରିଥିଲେ । ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉଚ୍ଚ ସ୍ୱପ୍ନ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

Leave A Reply

Your email address will not be published.