ଜିଲ୍ଲାରେ ୩୬ଟି ଲକ୍ଷ୍ମୀ ବସ ଗଡିବ
ସତର୍କ, ସୁରକ୍ଷା ଓ ସମ୍ମାନ ଲକ୍ଷ୍ମୀ ଯୋଜନାରେ ଆହ୍ବାନ ଦେଲେ ୫-ଟି ସଚିବ
ମାଲକାନଗିରି: ଅକ୍ଟୋବର ୧୨ ତାରିଖ ଦିନ ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହେବ ଲକ୍ଷ୍ମୀ ଯୋଜନା, ଏହି ଯୋଜନାରେ ଜିଲ୍ଲାରେ ୩୬ଟି ଲକ୍ଷ୍ମୀ ବସ ଗଡିବ, ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ଯୋଡ଼ିବ ଲକ୍ଷ୍ମୀ ବସ। ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାକୁ ସୁଦୃଢ଼ ଓ ସୁନିଶ୍ଚିତ କରିବା ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ଏହାର ମୂଳ ଲକ୍ଷ୍ୟ। ଏହି ଯୋଜନାର ଶୁଭାରମ୍ଭ ପାଇଁ ଖୋଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧୨ ତାରିଖ ଦିନ ମାଲକାନଗିରି ଗସ୍ତରେ ଆସୁଛନ୍ତି। ଗତକାଲି ଏହି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପୂର୍ବରୁ ସତର୍କ, ସୁରକ୍ଷା ଓ ସମ୍ମାନ ପାଇଁ ଆହ୍ବାନ ଦେଇଛନ୍ତି ୫-ଟି ସଚିବ। ଏହି ଯୋଜନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ମିନି ଷ୍ଟାଡିୟମ୍ ଠାରେ ଏକ ବିରାଟ ଆୟୋଜନ କରାଯାଇଛି। ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପାଇଁ ୩୬ଟି ଲକ୍ଷ୍ମୀ ବସ ଆସିଗଲାଣି। ଏହା ୭ଟି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବ୍ଲକ ହେଡକ୍ୱାଟର ଯୋଡିବା ପାଇଁ ଏହି ବସ ଗୁଡ଼ିକୁ ଗଡିବ । ଏହା ପ୍ରଥମେ ୬ଟି ଜିଲ୍ଲା ରେ ଶୁଭାରମ୍ଭ ହେବ। ଓଡ଼ିଶାରେ ଯେ କୌଣସି ଯୋଜନାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରୁ ହିଁ ଶୁଭାରମ୍ଭ କରିଥାନ୍ତି। ପୂର୍ବରରୁ ମଧ୍ୟ ଏକ ଟଙ୍କା ଚାଉଳ ହେଉ କିମ୍ବା ବିଜୁ ସ୍ବାସ୍ଥ୍ୟ ଯୋଜନା, ପୁଷ୍ଟିକର ଖାଦ୍ୟ ଯୋଜନା ହେଉ ଏହି ସମସ୍ତ ଯୋଜନା ଗୁଡ଼ିକ ମାଲକାନଗିରି ଜିଲ୍ଲାରୁ ହିଁ ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଜିଲ୍ଲାକୁ ଭଲପାଇ ଆସିଛନ୍ତି ତେବେ ତୋ ରାଜ୍ୟରେ ଯେ କୌଣସି ଯୋଜନା ପ୍ରଣୟନ ହେଲେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ହିଁ ଶୁଭାରମ୍ଭ କରାଯାଉଛି। ଲକ୍ଷ୍ମୀ ଯୋଜନା ମଧ୍ୟ ଏହି ଜିଲ୍ଲାରୁ ଶୁଭାରମ୍ଭ ହେବ। ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ବିଜେଡି ନେତା ମାନଙ୍କ ତତ୍ପରତା ବୃଦ୍ଧି ପାଇଛି ରାଜ୍ୟସ୍ତରୀୟ ନେତା, ଜିଲ୍ଲାସ୍ତରୀୟ ବିଜେଡି ନେତା ଓ କର୍ମୀ ମାନେ ଜିଲ୍ଲାରେ ଡେରା ପକାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.