xmas

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲା ମାଲକାନଗିରି ଜିଲ୍ଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଲୋକ ବୋହିବେ ସରକାରୀ କର୍ମଚାରୀ – କଂଗ୍ରେସ

ଅଭ୍ୟାସରତ ଅଭିଯୋଗକାରୀ କହି କଟାକ୍ଷ କଲେ ସାଂସଦ ରମେଶ ମାଝୀ ।
ମାଲକାନଗିରି: ଆସନ୍ତାକାଲି ଲଷ୍ମୀ ଯୋଜନାକୁ ମାଲକାନଗିରିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଦିନରେ ଜବାହାର ଯୋଜନାରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶହେରୁ ଉର୍ଦ୍ଧ ବସ ଆସିଥିବା ବେଳେ ବର୍ତ୍ତମାନ ତାହା ଖରାପ ହୋଇ ପଡିରହିଛି ।
ମୋ ବସ, ବିଜୁ ଗାଁ ଗାଡି, ଜନସେବା ଭଳି ଯୋଜନା, ବିଜୁ ଯୁବ ବାହିନୀ ଆରମ୍ଭ ହୋଇଥିବା କିନ୍ତୁ ବର୍ତ୍ତମାନ ତାହା କେଉଁ କାମକୁ ନୁହେଁ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ।

ନିର୍ବାଚନ ପୂର୍ବରୁ ମିଛ ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ ଠକୁଥିବା ବେଳେ ଅତୀତରେ ନିର୍ବାଚନ ପୂର୍ବରୁ ଏମିତି ଅନେକ ଯୋଜନା ଆରମ୍ଭ ହୋଇ ବନ୍ଦ ହୋଇଯାଇଛି । ତେଣୁ ଏହି ଲଷ୍ମୀ ଯୋଜନା କେବଳ ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏପଟେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ସମେତ ଅନେକ ଅଞ୍ଚଳକୁ ରାସ୍ତା ନଥିବା ବେଳେ ଲଷ୍ମୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ । ମାଲକାନଗିରି ଜିଲ୍ଲାରେ ୧୧୧ଟି ପଂଚାୟତ ଥିବା ବେଳେ ମାତ୍ର ୩୬ଟି ବସ କାହିଁକି ଦିଆଗଲା ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ କଡା ଭାଷାରେ କୁହାଯାଇଛି । ଏପଟେ କାର୍ଯ୍ୟକ୍ରମ ପାଇଁ ଗ୍ରାମ ପଞ୍ଚାୟତର ପିଆଇଓ ମାନେ ଦୁଇ ହଜାର ଲେଖାଏଁ ଲୋକ ଆଣିବେ ଏବଂ ଲୋକ ବୋହିବା ପାଇଁ ବାହାରୁ ୧୦୦ଟି ଗାଡି ଅଣାଯାଇଥିବା କଥା ସଭାପତି ଗୋବିନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏପଟେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ ଏମିତି ପ୍ରତି କାର୍ଯ୍ୟକ୍ରମରେ ବିରୋଧ କରିଥାଏ ଏବଂ କଂଗ୍ରେସ ଦଳ ଅଭ୍ୟାସରତ ଅଭିଯୋଗକାରୀ ବୋଲି ସାଂସଦ ରମେଶ ମାଝୀ କହିଛନ୍ତି ।

ଅଧିକାଂଶ ଗାଁକୁ ରାସ୍ତା ନଥିବା ବେଳେ କେମିତି ଏହି ଲଷ୍ମୀ ଯୋଜନା କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ମାଲକାନଗିରି ବିଜେପି ବିଧାୟକ ଆଦିତ୍ୟ ମାଢି ।

Leave A Reply

Your email address will not be published.