xmas

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ମାଲକାନଗିରି: ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।ଅନୁରୂପ ଭାବରେ ଆଜି ମାଲକାନଗିରି ଜିଲ୍ଲାରେ ମଧ୍ୟ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଦ୍ଵାରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି।ଜିଲ୍ଲାରେ ସମୁଦାୟ ୧୦୩୨ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯିବ। ଏଥି ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍ ମାଧ୍ୟମରେ ଋଣ ପ୍ରଦାନ କରାଯିବ । ଏହା ୪ ବର୍ଷ ଭିତରେ ଋଣ ପରିଷଦ କରିବେ। ଏହାର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଜିଲ୍ଲାରେ ଥିବା ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ, ଗୋଷ୍ଟି ସହାୟିକା, ବିଏଲଏଫ, ଡିଏଲଏଫ, ବ୍ୟାଙ୍କ ମୀତ୍ର, କମୁନିଟି ସୋପୋର୍ଟଇଙ୍ଗ ମହିଳା ମା ମାନେ ଏହି ସବୁ ସୁବିଧା ପାଇ ପାରିବେ। ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂ, ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକା, ବିଧାୟକ ଆଦିତ୍ୟ ମାଡ଼ି, ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଏପିଡି ମାନସ କୁମାର ମିଶ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହିଥିଲେ। ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟା ସ୍କୁଟର ଏସଏଚଜି ମହିଳା ମା ମାନଙ୍କୁ ପ୍ରଦାନ କରାଯାଇଛି।

Leave A Reply

Your email address will not be published.