xmas

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ବିଜେଡ଼ି

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ବିଜେଡ଼ି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିନ ପାଳନ ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ତାଳପଦେଶ୍ୱରି ମନ୍ଦିର ନିକଟସ୍ଥ ପୋଖରି ଚତୁଃପାର୍ଶ୍ଵରେ ୩୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଛି ଓ ତତ୍ ସହିତ ପଥରବନ୍ଧ ବିଜୁ ଆଦର୍ଶ କଲୋନୀରେ ସ୍କୁଲରେ ପଢୁଥିବା ୧୦୦ରୁ ଉର୍ଦ୍ଧ୍ବ କୁନି ପିଲାମାନଙ୍କୁ ପାଠ୍ୟ ପୁସ୍ତକ, ପେନ୍, ଖାତା ଓ ଚକୋଲେଟ ବଣ୍ଟନ କରଯାଇଥିଲା। ଏବଂ ସନ୍ଧ୍ୟାରେ ମଧୂରମୟୀ ଶିକ୍ଷା ନିକେତନରେ ଛୋଟ ପିଲାଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ସମେତ ଯୁବ ବିଜେଡ଼ି ନେତା ସ୍ମୃତି ରଞ୍ଜନ ସାମଲ, ଦିନବନ୍ଧୁ ପତି, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଅଶୋକ ନାୟକ, ଅମିତ୍ ଜେନା, ଦେବେସ ଦାସ, ଅସିତ୍ ଦାସ, ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ଅନନ୍ତ ରେଡ୍ଡୀ, ସର୍ବଜିତ୍ ସାହୁ, ଶ୍ରୀକାନ୍ତ , ନରେନ୍ଦ୍ର ଯୋଗ ଦେଇଥିଲେ ।

Leave A Reply

Your email address will not be published.